ଆସୁଛି ଲଘୁଚାପ, ପୁଣି ଖସିବ ପାରଦ
Advertisement
Article Detail0/zeeodisha/odisha1021858

ଆସୁଛି ଲଘୁଚାପ, ପୁଣି ଖସିବ ପାରଦ

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ଓ ବର୍ଷା ସ୍ଥିତି ଲାଗି ରହିବ। ଏହାପରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ପବନ ରାଜ୍ୟକୁ ପ୍ରବେଶ କରିବ। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଆସନ୍ତା ୯ ତାରିଖ ଆଡ଼କୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଖୁବଶୀଘ୍ର ରାଜ୍ୟ ତାପମାତ୍ରା କମିବା ସହ ଶୀତ ବଢିବା ନେଇ ଆକଳନ କରାଯାଇଛି। ଆସନ୍ତା ଦୁଇ ଦିନ ପରେ ସାରା ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। କୋରାପୁଟ, ମାଲକାନଗିରି ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ କାଁ ଭାଁ ବର୍ଷା ହେବ।

Also Read: T20 World Cup 2021: ବିରାଟଙ୍କ ବର୍ଥଡେରେ ଭାରତର ବିରାଟ ବିଜୟ, Scotlandଙ୍କୁ ହରାଇ ଏମିତି କହିଲେ ଅଧିନାୟକ

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ଓ ବର୍ଷା ସ୍ଥିତି ଲାଗି ରହିବ। ଏହାପରେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ପବନ ରାଜ୍ୟକୁ ପ୍ରବେଶ କରିବ। ଫଳରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି।