ରାଜ୍ୟରେ ଆଉ ଦୁଇ ଦିନ ଜାଡ଼, ଥରିବ ଆଭ୍ୟନ୍ତରୀଣ
Advertisement
Article Detail0/zeeodisha/odisha1082910

ରାଜ୍ୟରେ ଆଉ ଦୁଇ ଦିନ ଜାଡ଼, ଥରିବ ଆଭ୍ୟନ୍ତରୀଣ

ପାଣିପାଗ ବିଭାଗ (IMD) ଅନୁସାରେ, ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗେରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଦିନ ଶୀତ ଲହରୀ ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଆହୁରି ଦୁଇ ଦିନ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ରହିଛି। ୩୧ ତାରିଖରୁ ରାତ୍ରି ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ (IMD) ଅନୁସାରେ, ଓଡିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗେରେ ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ (Cold Wave)  ଅନୁଭୁତ ହେବାର ସମ୍ଭାବନା ରହିଛି। ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନାହିଁ। ଏଣୁ ପାଗ ଶୁଖିଲା ରହିବ।

Also Read: Telecom Companyଙ୍କ ୨୮ ଦିନିଆ ପ୍ଲାନର ପର୍ଦ୍ଦାଫାସ, TRAI ଦେଲା ଏହି ଆଦେଶ

ସେହିପରି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନୀମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। କିନ୍ତୁ ଆଉ ଦୁଇ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଅଛି। ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେଓଗଡ, ଅନୁଗୋଳ, ବରଗଡ, ବଲାଙ୍ଗିର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

 ଶୀତ ଲହରୀରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ପଦକ୍ଷେପ:

  • ରାତ୍ରି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ। ତଥା ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ। 
  • ଗୃହ ପାଳିତ ପଶୁମାନେ ଦୀର୍ଘ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଗୃହ ପାଳିତ ପଶୁମାନଙ୍କ ରହିବା ପାଇଁ ରାତ୍ରି ସମୟରେ ଖୋଲା ସ୍ଥାନ ପରିବର୍ତ୍ତେ ଆବଶ୍ୟାକୀୟ ଘରର ବ୍ୟବସ୍ଥା କରନ୍ତୁ। 
  • ରାତ୍ରି ସମୟରେ ଦୁଇ ଚକିଆ କିମ୍ବା ଖୋଲା ଯାନବାହାନରେ ଯାତାୟତ କରନ୍ତୁ ନାହିଁ।