Odisha Weather: ତାତିରୁ ବ୍ରେକ୍, ୧୩ ଡିଗ୍ରୀ କମିଲା ଦିନ ତାପମାତ୍ରା
Advertisement
Article Detail0/zeeodisha/odisha1662380

Odisha Weather: ତାତିରୁ ବ୍ରେକ୍, ୧୩ ଡିଗ୍ରୀ କମିଲା ଦିନ ତାପମାତ୍ରା

Odisha Weather News In Odia: ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Odisha Weather: ତାତିରୁ ବ୍ରେକ୍, ୧୩ ଡିଗ୍ରୀ କମିଲା ଦିନ ତାପମାତ୍ରା

Odisha Weather News In Odia:  ଗରମରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି । ତାତିରେ ଲାଗିଛି ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ତାପମାତ୍ରା ଗତକାଲି ଠାରୁ ପ୍ରାୟ ୧୩ ଡିଗ୍ରୀ କମିଛି। ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଦିନ ୨ଟା ସୁଦ୍ଧା ତାପମାତ୍ରା ପ୍ରାୟ ୨୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ବରରେ ୩୬, ପୁରୀ ୩୩.୪, ପାରାଦୀପ ୩୨.୬ ଡିଗ୍ରୀ, ଚାନ୍ଦବାଲି ୩୨, ଝାରସୁଗୁଡ଼ା ୩୨.୬, ଗୋପାଳପୁର ୩୧, ସମ୍ୱଲପୁର ୩୦, କେନ୍ଦୁଝର ୨୮ ଓ ହୀରାକୁଦରେ ୨୯.୨ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ବିଗତ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଫଳରେ ରାଜ୍ୟବ୍ୟାପୀ ତାପମାତ୍ରା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ବରରେ ପାରା ୧୩ ଡିଗ୍ରି ଖସିଛି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ତାପମାତ୍ରା ୨୯ ଡିଗ୍ରି ରେକର୍ଡ ହୋଇଥିଲା । ଏପ୍ରିଲ ୨୦ରେ ଅର୍ଥାତ୍ ଗତକାଲି ଭୁବନେଶ୍ବରରେ ୪୨.୬ ଡିଗ୍ରି ରେକର୍ଡ ହୋଇଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Also Read: Weather update: କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି

Also Read: Sambalpur: ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ, ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ

fallback

ଦିନ ୨ଟା ସୁଦ୍ଧା ତାପମାତ୍ରା 
ଭୁବନେଶ୍ୱର : ୨୯ ଡିଗ୍ରୀ
ବାଲେଶ୍ୱର :୩୧.୮° ଡିଗ୍ରୀ
ଚାନ୍ଦବାଲି : ୩୩ ଡିଗ୍ରୀ 
ପାରାଦୀପ : ୨୮.୪° ଡିଗ୍ରୀ
ଗୋପାଳପୁର : ୩୬ଡିଗ୍ରୀ
ପୁରୀ :୩୫ ଡିଗ୍ରୀ
ଝାରସୁଗୁଡା : ୩୭.୬ଡିଗ୍ରୀ
କେନ୍ଦୁଝର : ୨୮.୬ ଡିଗ୍ରୀ
ସମ୍ବଲପୁର : ୩୩ ଡିଗ୍ରୀ
ହୀରାକୁଦ :୩୨ଡିଗ୍ରୀ

Also Read: Mamita Meher Murder Case: ମମିତାଙ୍କ ପରିବାର ଲୋକେ ପାଇବେ ଏତିକି ଲକ୍ଷର ସହାୟତା ରାଶି

Also Read: Bargarh News: ଓଡ଼ିଶା ପାଲଟିଛି କି ରକ୍ଷା କବଚ ? ପୁରୀ ପରେ ଏବେ ବରଗଡ଼ରେ ଲୁଚିଛି ଅତିକ୍ ର ସହଯୋଗୀ ଗୁଡ୍ଡୁ ମୁସଲିମ୍!

fallback

ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ସେପଟେ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,  କଳାହାଣ୍ଡି,  କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼,  ଖୋର୍ଦ୍ଧା, ପୁରୀ, କଟକ, କେନ୍ଦୁଝର,  ମୟୂରଭଞ୍ଜ ଓ  ସୁନ୍ଦରଗଡ।  ୨୩ ତାରିଖରେ ମଧ୍ୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।