ଆଜି ଲଘୁଚାପ! ଏବେ ବି ବାତ୍ୟା ଅସ୍ପଷ୍ଟ, ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍
Advertisement
Article Detail0/zeeodisha/odisha1037654

ଆଜି ଲଘୁଚାପ! ଏବେ ବି ବାତ୍ୟା ଅସ୍ପଷ୍ଟ, ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍

ବିଭିନ୍ନ ବିଦେଶୀ ମଡେଲ ମୁତାବକ ୩୦ ତାରିଖରେ ଲଘୁଚାପ ଘନୀଭୂତ ହେବା ପରେ ଡିସେମ୍ବର ୨ ସୁଦ୍ଧା ବାତ୍ୟା ରୂପ ନେଇ ୪ ତାରିଖ ବେଳକୁ କ୍ରମଶଃ ଦୂର୍ବଳ ଅବସ୍ଥାରେ ବିଶାଖାପାଟଣାରୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି। ତେବେ ବାତ୍ୟା ହେବ କି ନାହିଁ ଲଘୁଚାପ ପରେ ସ୍ପଷ୍ଟ ହେବାକୁ ଥିବା ବେଳେ ବର୍ଷା ଓ ସମୁଦ୍ର ଅଶାନ୍ତ ରହିବା ସୁନିଶ୍ଚିତ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଏବେ ବି ଅସ୍ପଷ୍ଟ ବାତ୍ୟା, ମଙ୍ଗଳବାର କିନ୍ତୁ ଲଘୁଚାପ ସ୍ପଷ୍ଟ। ଚଳିତବର୍ଷ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଘନୀଭୂତ ହୋଇ ତୃତୀୟ ବାତ୍ୟାର ରୂପ ନେବାକୁ ଯାଉଛି। ପୂର୍ବରୁ ୟସ୍ ଓ ଗୁଲାବ୍ ପରେ ଚଳିତ ସପ୍ତାହରେ ତୃତୀୟ ବାତ୍ୟା ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିଭିନ୍ନ ବିଦେଶୀ ମଡେଲ ମୁତାବକ ୩୦ ତାରିଖରେ ଲଘୁଚାପ ଘନୀଭୂତ ହେବା ପରେ ଡିସେମ୍ବର ୨ ସୁଦ୍ଧା ବାତ୍ୟା ରୂପ ନେଇ ୪ ତାରିଖ ବେଳକୁ କ୍ରମଶଃ ଦୂର୍ବଳ ଅବସ୍ଥାରେ ବିଶାଖାପାଟଣାରୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି। ତେବେ ବାତ୍ୟା ହେବ କି ନାହିଁ ଲଘୁଚାପ ପରେ ସ୍ପଷ୍ଟ ହେବାକୁ ଥିବା ବେଳେ ବର୍ଷା ଓ ସମୁଦ୍ର ଅଶାନ୍ତ ରହିବା ସୁନିଶ୍ଚିତ। ତେଣୁ ଚାଷୀ ଓ ମସ୍ତ୍ରଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ମଙ୍ଗଳବାର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କିନ୍ତୁ ଏହା ପୁଣି ଏକ ବାତ୍ୟାର ପଦଧ୍ବନି ଆସିବ ନା ଆସିବନି ନା ଫୁସକିଯିବ ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ଚଳିତବର୍ଷ ବଙ୍ଗୋପସାଗରରେ ଘନୀଭୂତ ହେବାକୁ ଯାଉଛି ବତ୍ୟାଜନିତ ତୃତୀୟ ଲଘୁଚାପ। ବିଭିନ୍ନ ବିଦେଶୀ ମଡେଲ ମୁତାବକ ୩୦ ତାରିଖ ସୁଦ୍ଧା ଦକ୍ଷୀଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସେହି ସ୍ଥାନରେ ୧ ତାରିଖ ସୁଦ୍ଧା ଅବପାତ ଓ ୨ ତାରିଖ ସୁଦ୍ଧା ଗଭୀର ଅବପାତ ପରେ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ। ଏହାପରେ ଗତିପଥ ବଦଳାଇ ଉପକୂଳ ମୁହାଁ ହେବା ସହ ୪ ତାରିଖ ସୁଦ୍ଧା ସାମାନ୍ୟ ଦୂର୍ବଳ ହୋଇ ବିଶାଖାପାଟଣାରୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

Also Read: ପିଲାଙ୍କ କଳାହଳରେ କମ୍ପିଲା ବିଧାନସୌଧ, ନେତାଙ୍କୁ ଦେଲେ ଏହି ଶିକ୍ଷା

ଲଘୁଚାପ ଘନୀଭୂତ ହେବା ପରେ ଲ୍ୟାଣ୍ଡଫଲ୍ ସ୍ପଷ୍ଟ ହେବାକୁ ଥିବା ବେଳେ ବର୍ଷା ସୁନିଶ୍ଚିତ, ତେଣୁ ଚାଷୀମାନେ ଫସଲ ପନିପରିବା ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ମୁତାବକ ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ସାଗରେ ଲଘୁଚାପ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ପାଗରେ ପାଗରେ ପରିବର୍ତ୍ତନ ହୋଇ ବର୍ଷା ଆରମ୍ଭ ହେବ। ବିଶେଷ କରି ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକା ରହିବ। ୩ ତାରିଖରେ ଗଜପତି, ଗଂଜାମ ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ଆଶା ଆଶଙ୍କାରେ ବାତ୍ୟା ରହିଛି। ଯଦି ଏହା ସତରେ ବାତ୍ୟାରେ ପରିଣତ ହୁଏ ତେବେ ଚଳିତ ବର୍ଷ ଓଡିଶା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ତିନୋଟି ବାତ୍ୟାକୁ ସାମ୍ନା କରିବ। ହେଲେ ବର୍ତ୍ତମାନ ଏହା କେବଳ ସମ୍ଭାବ୍ୟ ବାତ୍ୟା ଅବସ୍ଥାରେ ଥିବାରୁ ଏହାର ପ୍ରଭାବ, ଦିଗ ଓ ବେଗ ସ୍ପଷ୍ଟ ହେଲେ ଜଣାପଡିବ।