କୋରୋନା ମହମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଯାତାୟତ ସମସ୍ୟାକୁ ଦେଖି ଚଳିତ ବର୍ଷ ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି।
Trending Photos
ଭୁବନେଶ୍ୱର: ଖୁବଶ୍ରୀଘ୍ର ହେବ ଓଜେଇଇ ପରୀକ୍ଷା ତାରିଖ ଘୋଷଣା। ଚଳିତ ବର୍ଷ ଇଂଜିନିୟରିଂ ପାଠ୍ୟକ୍ରମ ନାମଲେଖା ପାଇଁ ଓଜେଇଇ ମାଧ୍ୟମରେ ବିଭିନ୍ନ କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୩୦ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହେବ। ଗତବର୍ଷ ଭଳି ଏଥର ମଧ୍ୟ ବି.ଟେକ୍ ପାଇଁ ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ଯେଉଁଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।
କୋରୋନା ମହମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଯାତାୟତ ସମସ୍ୟାକୁ ଦେଖି ଚଳିତ ବର୍ଷ ସମସ୍ତ ଜିଲ୍ଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର (OJEE Exam Centre) କରାଯାଇଛି। ଆବେଦନ କରିସାରିଥିବା ଛାତ୍ରଛାତ୍ରୀ (OJEE Exam Candidate 2021) ପୁନଃ ଫର୍ମ ଯାଞ୍ଚ କରି ତ୍ରୁଟି ସଂଶୋଧନ କରିବା ସହ କେନ୍ଦ୍ର ପରିବର୍ତ୍ତନ କରିବାର ସୁଯୋଗ ରହିଛି। ଏହା ସହ ରାଜ୍ୟ ବାହାରେ କୋଲକାତା (Kolkata), ରାଞ୍ଚି (Ranchi), ପାଟନା (Patna) ପ୍ରଭୃତି ସ୍ଥାନରେ ପରୀକ୍ଷା କରିବାକୁ ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ କହିଛନ୍ତି।