ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା
Advertisement

ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଆସନ୍ତା ମାସ ୬ ତାରିଖରୁ ୧୮ ପର୍ଯ୍ୟନ୍ତ ସମ୍ପୂର୍ଣ ସିବିଟି ମୋଡ଼ ଜରିଆରେ ହେବ ପରୀକ୍ଷା।

ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୬ତାରିଖରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା। ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ନେଇ ସୂଚନା ଦେଲେ ଓଜେଇଇ ସେଲ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ଆସନ୍ତା ମାସ ୬ ତାରିଖରୁ ୧୮ ପର୍ଯ୍ୟନ୍ତ ସମ୍ପୂର୍ଣ ସିବିଟି ବା କମ୍ପ୍ୟୁଟର ବେସଡ଼ ମୋଡ଼ ଜରିଆରେ ହେବ ପରୀକ୍ଷା। ପ୍ରତି ଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। 

ସକାଳ ୯ଟାରୁ ଦିନ ୧୧ଟା ପ୍ରଥମ ସିଫ୍ଟ, ଦିନ ସାଢେ ୧୨ ଟାରୁ ମାଧ୍ୟାନ୍ନ ସାଢେ ୨ଟା ଦ୍ଵିତୀୟ ସିଫ୍ଟ ଏବଂ ଅପରାହ୍ନ ୪ଟାରୁ ୬ଟା ତୃତୀୟ ସିଫ୍ଟ ହେବ। ଆଡ଼ମିଟ କାର୍ଡ ଏବଂ ପରୀକ୍ଷା ଗାଇଡ଼ଲାଇନ ସମ୍ବନ୍ଧୀୟ ତଥ୍ୟ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। କୋରୋନା ମହାମାରୀକୁ ନଜରରେ ରଖି ଚଳିତବର୍ଷ ରାଜ୍ୟର ୩୦ ଜିଲ୍ଲା ସମେତ ରାଜ୍ୟ ବାହାରେ ପାଟନା, ରାଞ୍ଚି ଏବଂ କଲିକତା ପ୍ରଭୃତି ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। 

Also Read: ଖୁବଶ୍ରୀଘ୍ର ହେବ ଓଜେଇଇ ପରୀକ୍ଷା ତାରିଖ ଘୋଷଣା

ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ, ଇଣ୍ଟିଗ୍ରେଟେଡ଼ ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ଡିପ୍ଲୋମା, ଏମ.ଫାର୍ମା, ଏଲ.ଇ ଫାର୍ମା, ଏମ.ବି.ଏ, ଏମ.ସି.ଏ ଭଳି ବିଷୟରେ ନାମ ଲେଖାଇବାକୁ ଓଜେଇଇ ପରୀକ୍ଷା ଦେବାକୁ ପଡିଥାଏ।