କୁକୁର ମାରି ଜେଲ ଗଲେ କ୍ୟାବ ଡ୍ରାଇଭର
Advertisement
Article Detail0/zeeodisha/odisha598238

କୁକୁର ମାରି ଜେଲ ଗଲେ କ୍ୟାବ ଡ୍ରାଇଭର

କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ ଗିରଫ ହେଲା ଡ୍ରାଇଭର । କୁକୁରଙ୍କ ଉପରେ ନିର୍ଦୟ ଭାରି ପଡିଲା ଡ୍ରଇଭରଙ୍କୁ । ଗିରଫ ଯୁବକ ପେଶାରେ ହୋଇଛନ୍ତି ଜଣେ କ୍ୟାବ୍‌ ଡ୍ରାଇଭର୍ । ତାଙ୍କ ନାଁ କାହ୍ନୁ ଚରଣ ଗିରି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କୁକୁର ମାରି ଜେଲ ଗଲେ କ୍ୟାବ ଡ୍ରାଇଭର

ସରୋଜ ବେହେରା, ଭୁବନେଶ୍ୱର: କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ ଗିରଫ ହେଲା ଡ୍ରାଇଭର । କୁକୁରଙ୍କ ଉପରେ ନିର୍ଦୟ ଭାରି ପଡିଲା ଡ୍ରଇଭରଙ୍କୁ । ଗିରଫ ଯୁବକ ପେଶାରେ ହୋଇଛନ୍ତି ଜଣେ କ୍ୟାବ୍‌ ଡ୍ରାଇଭର୍ । ତାଙ୍କ ନାଁ କାହ୍ନୁ ଚରଣ ଗିରି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ରବିବାର ସକାଳେ ଶୈଳଶ୍ରୀବିହାର ହାଇଲାଣ୍ଡ ରେସିଡେନ୍ସକୁ କାହ୍ନୁ ଗାଡ଼ି ନେଇ ଯାଇଥିଲେ । ଦ୍ରୁତ ଗତିରେ ଗାଡ଼ି ଚଲାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ମୁତୟନ ହୋଇଥିବା ସିକ୍ୟୁରିଟି ଗାର୍ଡମାନେ ମନା କରିଥିଲେ । ତଥାପି  କାହ୍ନୁ  ଦ୍ରୁତ ଗତିରେ ଗାଡ଼ି ଚଳାଇ ପଳାଇଯିବାକୁ ବାହାରିଥିଲେ । ଲୋକଙ୍କ କଥାକୁ ବେଖାତିର କରିବା ଡ୍ରାଇଭରଙ୍କ ପାଇଁ ନ ହେଲେ ସେଠାରେ ଖେଳୁଥିବା ୪ କୁକୁର ଛୁଆଙ୍କ ପାଇଁ ମହଙ୍ଗା ପଡିଲା ।

fallbackକାହ୍ନୁଙ୍କ ବେପରୁଆ ଗାଡି ଚଲା ଶେଷରେ ସେହି କୁକୁର ଛୁଆଙ୍କ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ କୁକୁର ଛୁଆଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପ୍ୟୁପ୍‌ଲସ୍‌ ଫର୍ ଆନିମଲ୍ ପାଖକୁ ଖବର ଆସିବା ବେଳକୁ ସମସ୍ତ କୁକୁରଙ୍କ ପ୍ରାଣବାୟୂ ଚାଲିଯାଇଥିଲା । ଏଭଳି ଘଟଣାକୁ ଗମ୍ଭୀରତାର ସହ ନେଇଥିଲା ପିପୁଲ୍ସ ଫର୍ ଆନିମଲ୍ ସଙ୍ଗଠନ । ଘଟଣା ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ସଙ୍ଗଠନର ସଦସ୍ୟ । ଏ ନେଇ ମାମଲା ରୁଜୁ କରିବା ସହ ଓଲା ଡ୍ରାଇଭର କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ରାସ୍ତା ନିୟମ ଅବମାନନା କରିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ଶେଷରେ କାହ୍ନୁଙ୍କ ପାଇଁ ମହଙ୍ଗା ପଡ଼ିଛି ।