ବୁଧବାର ଲଘୁଚାପ ଦୂର୍ବଳ ହୋଇଛି। ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ଥିବା ୱେଲ ମାର୍କର୍ଡ ଲୋ ପ୍ରେସର ଦୂର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି।
Trending Photos
ଭୁବନେଶ୍ୱର: ଗୋଟିଏ ଲଘୁଚାପ ଦୁର୍ବଳ ହେଲେ ବେଳେ ଆଉ ଗୋଟିଏ ଲଘୁଚାପ ମୁଣ୍ଡ ଟେକୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ଉତ୍ତର-ପୂର୍ବ ବଙ୍ଗୋପସାଗରେ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ। ଏହା ୧୧ ବେଳକୁ ଲଘୁଚାପର ରୂପ ନେବ। ଫଳରେ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେଯ
ବୁଧବାର ଲଘୁଚାପ ଦୂର୍ବଳ ହୋଇଛି। ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ଥିବା ୱେଲ ମାର୍କର୍ଡ ଲୋ ପ୍ରେସର ଦୂର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ସେପଟେ ମନସୁନ୍ ଟ୍ରଫ୍ ଲାଇନ ଓ ଏକ ଶିୟର ଜୋନ୍ ସକ୍ରିୟ ରହିଛି। ଏହାସହ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଉଠିଛି। ତେବେ ଆସନ୍ତା ୧୧ ତାରିଖ ସୁଦ୍ଧା ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
Also Read: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ଭରଣା ହେବ କି ନିଅଣ୍ଟିଆ ବର୍ଷା?
୧୧ ତାରିଖ ପରେ ଲଘୁଚାପ ଆହୁରି ଘନୀଭୂତ ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲା ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ଏହାପରେ ଗୁରୁବାର କୌଣସି ବର୍ଷା ସତର୍କ ସୂଚନା ନଥିବା ବେଳେ ଆଗାମୀ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ତାରିଖରୁ ପୁଣି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।