ମୁଁ ପିଆଜ କହୁଛି...ମୋତେ ଛୁଅଁନା
Advertisement

ମୁଁ ପିଆଜ କହୁଛି...ମୋତେ ଛୁଅଁନା

ଦର ଶୁଣିଲେ ଲୁହ ବୋହୁଛି, କିଣିବା ଛାଡ଼ I

ମୁଁ ପିଆଜ କହୁଛି...ମୋତେ ଛୁଅଁନା

ଭୁବନେଶ୍ୱର:  ଆଉ ଖାଇହେବନି ପିଆଜ I ଦର ଶୁଣିଲେ ଲୁହ ବୋହୁଛି, କିଣିବା ଛାଡ଼...ଆଖି ପୋଡିବାଟା ଥୟ I ବଜାରରୁ ପିଆଜ କିଣିବାକୁ ହାତ ଯାଉନି I ଲୋକେ ପିଆଜ ଧରୁଛନ୍ତି ହେଲେ ଦର ଦେଖି ଛାଡି ଚାଲି ଯାଉଛନ୍ତି  I ଘରକୁ କେଜିଏ ବଦଳରେ ଅଢେଇ ଶହ କିମ୍ବା ଅଧାକେଜି ପିଆଜ ନେବା ପାଇଁ ଭାବୁଛନ୍ତି I ଏମିତିକି ପିଆଜ  ନ ଖାଇବା ନେଇ ମନ ବୁଝାଇ ଦେଉଛନ୍ତି ଲୋକେ I ଯାହାକି ପିଆଜ ଦର ହୁହୁ ହୋଇ ବଢୁଥିବାରୁ ପିଆଜକୁ ଲୋକେ ଏକ ପ୍ରକାର ଭୁଲି ଗଲେଣି I କେବଳ ଗରିବ ଲୋକ ନୁହେଁ, ଧନୀଙ୍କ ଭାତ ଥାଳି ପାଖରୁ ମଧ୍ୟ ପିଆଜ ଉଭାନ ହେବାରେ ଲାଗିଲାଣି I ରେସ୍ତୋରାୟ , ହୋଟେଲଗୁଡିକରେ ତ ପିଆଜ ଦେବାକୁ ମାଲିକମାନେ ସିଧାସିଧା ମନା କରିଦେଉଛନ୍ତି I ଏମିତିକି ପିଆଜ ଡଜାଗାରେ କେତେକ ଜାଗାରେ ମୂଳା ଦେଇ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଛନ୍ତି I ଏମିତିକି ଚିଲି ଆଇଟମରେ ପିଆଜ କମ ବନ୍ଧାକୋବି ମୂଳା ଅଧିକ ଦିଆଯାଉଛି I

ସପ୍ତାହେ ତଳେ ଥିଲା ୫୦ ଟଙ୍କାରୁ  ୬୦ ଟଙ୍କା I ଏବେ ୮୦ ରୁ ୯୦ I ସେଞ୍ଚୁରୀରୁ ଆଉ ଅଳ୍ପ ଦୁରରେ ପିଆଜ ଦର I ଆଉ ଦିନ କେଇଟାରେ ପିଆଜ ଦର ଶହେ ଛୁଇଁବା ସମ୍ଭାବନା I ଯାହାକୁ ନେଇ ଏବେ ଖାଉଟି ସହ ବେପାରୀ ବି ଚିନ୍ତାରେ I  ବେପାରୀ  ମାନେ ପିଆଜ ଏବେ ୭୦ ଟଙ୍କାରୁ  ୭୫ ଟଙ୍କାରେ କିଣୁଥିବା ବେଳେ  ୮୦ ରୁ ୯୦ ଟଙ୍କାରେ ବିକ୍ରି କରିବା ପାଇଁ ହେଉଛନ୍ତି ବାଧ୍ୟ I ସେପଟେ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କମ ରହିଥିବାରୁ ଦର  ଏଭଳି ଆକାଶ ଛୁଆଁ ହୋଇଛି I  ଆମଦାନୀ ସ୍ଥାନରେ ପିଆଜ ଦର ମଧ୍ୟ କିଛି କମ ନାହିଁ I ଉଭୟ ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ସମସ୍ତେ ଦର ନିୟନ୍ତ୍ରଣରେ ହୋଇଛନ୍ତି ବିଫଳ I  ସେପଟେ ଖାଲି ପିଆଜ ନୁହେଁ ସବୁ ପରିବା ଦର ଆକାଶ ଛୁଆଁ I  ବାଇଗଣ ଓ ଟମାଟକୁ ଛାଡିଦେଲେ ଆଉ ସବୁ ପରିବା ଦାମ ଏବେ  ୬୦ ଟଙ୍କାର ଉପରେ ରହିଛି I