ଆହୁରି ବଢିବ ପିଆଜ ଦର ! ଜାଣନ୍ତୁ କାରଣ ...
Advertisement

ଆହୁରି ବଢିବ ପିଆଜ ଦର ! ଜାଣନ୍ତୁ କାରଣ ...

କେବେ କମିବ ପିଆଜ ଦର, ସେନେଇ ଅନାଇ ବସିଛନ୍ତି ସାଧାରଣ ଲୋକ

ସୌଜନ୍ୟ: ସୋସିଆଲ ମିଡିଆ

ଯଜାତି କେଶରୀ ମହାନ୍ତି, ଭୁବନେଶ୍ୱର: କିଛି ମାସ ହେବ ସାରା ଦେଶବାସୀଙ୍କୁ କନ୍ଦାଉଛି ପିଆଜ ଦର । ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ଜିନିଷ ପିଆଜର ଦର ବୃଦ୍ଧି ହେବାରୁ ସାଧାରଣ ଜନସାଧାରଣ ନାକେଦମ ହୋଇ ସାରିଲେଣି । କେବେ ପିଆଜ ଦର ହ୍ରାସ ହେବ ସେନେଇ ସମସ୍ତେ ଅନାଇ ବସିଥିବାବେଳେ ଦର କମିବା ବଦଳରେ ପୁଣି ବଢିବାରେ ଲାଗିଛି । 

କିଛଦିନ ଭିତରେ ପିଆଜ ଦର କମିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ନାଗରିକ ସଂଶୋଧନ ଆଇନର ପ୍ରଭାବ ଏଥିରେ ଫୁଲଷ୍ଟପ ପକାଇଛି । କାରଣ ପିଆଜ ଦର ଉପରେ ପଡ଼ିଛି ନାଗରିକ ସଂଶୋଧନ ଆଇନର ପ୍ରଭାବ । ଆଇନକୁ ବିରୋଧ କରି ଦେଶର ବିଭିନ୍ନ ଆଡ଼େ ଆନ୍ଦୋଳନ ଚାଲୁଥିବାରୁ ପିଆଜ ପରିବହନ ବାଧାପ୍ରାପ୍ତ ହୋଇଛି । ଦେଢଶହ ଟଙ୍କାରେ ପିଆଜ କିଣୁଥିବା ଗ୍ରାହକ ପିଆଜ ଉତ୍ପାଦନ ଉପରେ ନଜର କରିଥିଲା । ସରକାର ଓ ବ୍ୟବସାୟୀ ସଙ୍ଘ ଡ଼ିସେମ୍ବର ଦ୍ୱିତୀୟ ସପ୍ତାହକୁ ଟାର୍ଗେଟ ରଖିଥିଲେ । ହେଲେ ନୂଆ ପିଆଜ ବାହରିଲା ସତ, ମାତ୍ର ଏବେ ପିଆଜ ଲୋକଙ୍କ ପାଖକୁ ବା ରାଜ୍ୟକୁ ପହଞ୍ଚିବାରେ ସମସ୍ୟା ଉପୁଜୁଥିବାରୁ ପିଆଜ ଦର କମିବା ପରିବର୍ତ୍ତେ ଆହୁରି ବଢିବାର ଆଶଙ୍କା କରାଯାଉଛି । 

ପିଆଜ ଦର ଏବେ ବି କିଲୋ ପିଛା ୧୩୦ ଟଙ୍କାରେ ବିକ୍ରୀ ହେଉଛି । ସ୍ଥିତିରେ ସୁଧାର ଆସିବାକୁ ଆଉ ଦୁଇ ଚାରିଦିନ ସମୟ ଲାଗିବ ବୋଲି ବ୍ୟବସାୟୀ ସଂଘ କହିଛି । ଅନ୍ୟପଟେ ପିଆଜ ଦର ନିୟନ୍ତ୍ରଣରେ ସରକାର ଫେଲ୍ ମାରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । 

ନୟାଗଡରେ ଆକାଶ ଛୁଆଁ ପିଆଜ ଦର । ଦୁଇ ମାସ ପରେ ଗତ ଦୁଇ ଦିନ ଧରି ପିଆଜ ଦର ହ୍ରାସ ଘଟି ୧୦୦ଟଙ୍କା ତଳକୁ ଆସିଥିଲା । ତେବେ ପୁଣି ପିଆଜ ଦର ୧୦୦ ଟପିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପିଆଜ ଉତ୍ପାଦନସ୍ଥଳୀ ନାସିକରେ ଚଳିତ ବର୍ଷ ବର୍ଷା ଯୋଗୁଁ ପିଆଜ ଚାଷ ନଷ୍ଟ ହୋଇଥିବା ଯୋଗୁ ପିଆଜ ଦର ଆକାଶ ଛୁଆ ରହିଥିବା ବେଳେ ବିଭିନ୍ନ ଜାଗାରେ ଆନ୍ଦୋଳନ ପାଇଁ ଟ୍ରକ ଆସିପାରୁ ନାହିଁ  ।