OPGC Loan: ବିଦ୍ୟୁତ ଦୁର୍ନିତୀକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ
Advertisement
Article Detail0/zeeodisha/odisha727633

OPGC Loan: ବିଦ୍ୟୁତ ଦୁର୍ନିତୀକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

OPGC Loan: ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ...

OPGC Loan: ବିଦ୍ୟୁତ ଦୁର୍ନିତୀକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

OPGC Loan:ବିଦ୍ୟୁତ କ୍ଷେତ୍ରରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ବି ସଂସ୍କାର ମୂଳକ କାର୍ଯ୍ୟ ହୋଇନାହିଁ। ସରକାର କେବଳ ବିଦ୍ୟୁତ ଉତ୍ପାଦନକୁ ଗୋଟିଏ କମ୍ପାନୀ ହାତରୁ ଆଉ ଗୋଟିଏ କମ୍ପାନୀ ହାତକୁ ଟେକି ଦେଇ ବେପାର ଚଳାଇଥିବା କଂଗ୍ରେସ କହିଛି । ସେସୁ ସମୟରେ ବିଦ୍ୟୁତ ଅବସ୍ଥା ବହୁତ ଖରାପ ବୋଲି ଟାଟା କହି ସାରିଲାଣି । ଏବେ କାହା ସ୍ୱାର୍ଥରେ ଏଇଏସ ହାତରୁ ଆଦାନୀ ହାତକୁ ଟେକି ଦେବାକୁ ବସିଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ମନୋହରପୁର ଓ ଡିପୋ ମନୋହରପୁର କୋଲ ବ୍ଲକର କୋଇଲା ବାହାରକୁ ରପ୍ତାନି କରିବା ପାଇଁ ଆଦାନୀ ଚକ୍ରାନ୍ତ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରାଜ୍ୟ କଂଗ୍ରେସ ପ୍ରଶ୍ନ ପଚାରିଛି।

ଅଧିକ ପଢନ୍ତୁ: World Elephant day 2020: ବଢିଛି ହାତୀ ଚିନ୍ତା

ଏଇଏସ କମ୍ପାନୀ ଓ ରାଜ୍ୟ ସରକାର ମାଧ୍ୟମରେ ହୋଇଥିବା ଚୁକ୍ତିରେ କଣ ଖିଲାପ କରାଯାଇଛି ଯେଉଁଥିପାଇଁ ଉଭୟ ଓହରି ଯାଇ ସେୟାର ବିକ୍ରି କରିବାକୁ ବସିଛନ୍ତି ? OPGC ଋଣ କରିଥିବା ୭୫୬୦ କୋଟି ଟଙ୍କା କେଉଁ ସେୟାର ହୋଲଡର କେତେ ଭାଗିଦାରୀ ଥିଲା ଓ କେତେ  ବାକି ଅଛି ? ଆଦାନୀ OPGCର ଋଣ ପରିଶୋଧ କରିବ ତ?  କେଉଁ ସ୍ୱାର୍ଥରେ ୧୪୭ ହେକ୍ଟର ଜମି ସୋଲାର ଏନର୍ଜୀ ଉତ୍ପାଦନ ପାଇଁ ମାଗଣା ବା ଅଳ୍ପ ଦର ରେ ଦେବାର ବ୍ୟବସ୍ଥା କଲେ ରାଜ୍ୟ ସରକାର ? ଏ ସମ୍ପର୍କରେ ତୁରନ୍ତ ଉତ୍ତର ରଖିବାକୁ ଦାବି କରିଛି କଂଗ୍ରେସ।

ସେସୁର କ୍ଷତି ପାଇଁ ତତ୍କାଳୀନ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ। କଂଗ୍ରେସ ଭବନରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଦଶଟି ପ୍ରଶ୍ନ ସହ ଦାବି ଉପସ୍ଥାପନ କରିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଜ୍ଞାନ ବେଉରା ପ୍ରମୂଖ ଉପସ୍ଥିତ ରହି ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହିତ ଘେରିଛନ୍ତି ।

ଅଧିକ ପଢନ୍ତୁ: BangaloreViolence: SDPI ନେତା ମୁଜାମିଲ ପାସା ସମେତ ୧୫୦ ଗିରଫ

ରାଜ୍ୟର ବିଦ୍ୟୁତ୍ ସଂସ୍କାର ସମ୍ପର୍କିତ ଲାଭ କ୍ଷତିର ଶ୍ୱେତପତ୍ର ଦାବି କରିବା ସହ ଏକ ବାହାର ବୈଷୟିକ ଜ୍ଞାନ ସମ୍ପନ୍ନ ଗୋଷ୍ଠୀ ଦ୍ଵାରା ତଥା ଆର୍ଥିକ ଅଡିଟ୍ ସିଏଜି ଦ୍ଵାରା କରାଇବାକୁ ମଧ୍ୟ କଂଗ୍ରେସ ଦାବି କରିଛି । ଆଗାମୀ ବିଧାନସଭାରେ ଏ ସମ୍ପର୍କରେ ଉତ୍ତର ରଖିବାକୁ ଦାବି କଲା କଂଗ୍ରେସ। ଶାଗମାଛ ଦରରେ ଆଦାନୀକୁ ଓଡିଶା ପାୱାର ଗ୍ରିଡ୍ କର୍ପୋରେସନ(OPGC)ର ୧୨ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ହଜାରେ କୋଟି ଟଙ୍କାରେ ବିକ୍ରି କରିବାକୁ ରାଜ୍ୟ ସରକାର ମସୁଧା କରୁଥିବା କଂଗ୍ରେସ ଅଭିଯୋଗ କରିଛି।