World Elephant day 2020: ବଢିଛି ହାତୀ ଚିନ୍ତା
Advertisement

World Elephant day 2020: ବଢିଛି ହାତୀ ଚିନ୍ତା

World Elephant day 2020: ସାରା ବିଶ୍ୱ ଆଜି ପାଳୁଛି ହସ୍ତି ଦିବସ । କୋରୋନା ପାଇଁ କଟକଣା ଥିଲେ ମଧ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ହସ୍ତୀ ଦିବସ । ହେଲେ ରାଜ୍ୟରେ ହାତୀ ସଂଖ୍ୟା ନ ବଢିବା ଚଳିତ ବର୍ଷ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । 

World Elephant day 2020: ବଢିଛି ହାତୀ ଚିନ୍ତା

ସରୋଜ ବେହେରା, ଭୁବନେଶ୍ବର:

World Elephant day 2020: ସାରା ବିଶ୍ୱ ଆଜି ପାଳୁଛି ହସ୍ତି ଦିବସ । କୋରୋନା ପାଇଁ କଟକଣା ଥିଲେ ମଧ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ହସ୍ତୀ ଦିବସ । ହେଲେ ରାଜ୍ୟରେ ହାତୀ ସଂଖ୍ୟା ନ ବଢିବା ଚଳିତ ବର୍ଷ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ରାଜ୍ୟରେ ହାତୀଙ୍କ ସଂଖ୍ୟା ୨୦୦୦ ଥିବା ବେଳେ ଗତ ୧୦ ବର୍ଷ ହେବ ସେଭଳି ଆଖିଦୃଶିଆ ବୃଦ୍ଧି ହେଉନାହିଁ । ଅସାଧୁ ବନ କର୍ମଚାରୀ, ଜଙ୍ଗଲ ଦସ୍ୟୁଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ହାତୀ ଶିକାର ଅବାଧରେ ବଢିବାରେ ଲାଗିଛି । ହାତୀ ଚଲାପଥ ଉପରେ ରାଜପଥ, ରେଳପଥ ଓ ବିଦ୍ୟୁତ ଯିବା ଭଳି କାର୍ଯାନୁଷ୍ଠାନ ହାତୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ପ୍ରତିବର୍ଷ ଯେତିକି ହାତୀ ଶାବକ ଜନ୍ମ ନେଉଛନ୍ତି ସେତିକି ମୃତ୍ୟୁମୁଖରେ ପଡ଼ୁଛନ୍ତି । ଯାହା ହାତୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ।

ଅଧିକ ପଢନ୍ତୁ: CHSE plus two result out: କମିଛି ଶତ ପ୍ରତିଶତ ଫଳାଫଳ ମହାବିଦ୍ୟାଳୟର ସଂଖ୍ୟା

ବିଶ୍ୱ ପାଳୁଛି ହସ୍ତି ଦିବସ । ହେଲେ ହାତୀ ସୁରକ୍ଷା ଏବେ କେବଳ ସ୍ଲୋଗାନରେ ସୀମିତ । ୨୦୧୨ ମସିହା ଠାରୁ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ଭାବରେ ପାଳନ କରାଯାଉଛି । ରାଜ୍ୟରେ ହାତୀ ମୃତ୍ୟୁ ବର୍ଷକୁ ବର୍ଷ ବଢିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ୧୯୭୯ ମସିହା ହାତୀ ଗଣନା ଅନୁସାରେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୦୪୪ ଥିଲା । ୨୦୧୭ ଗଣନାରେ ଏହା ୧୯୭୬କୁ ଖସି ଆସିଥିଲା । ଆଉ ଏବେ ରାଜ୍ୟରେ ଏବେ ହାତୀଙ୍କ ସଂଖ୍ୟା ୨୦୦୦ ଅଛନ୍ତି । ଗତ ୧୦ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ନ ପାଇବା ଚିନ୍ତାର କାରଣ ପାଲିଟିଛି । ଏଯାଏଁ ହାତୀଙ୍କ ପାଇଁ ଗ୍ରୀନରୁଟ ହୋଇ ପାରିନି । ଯେଉଁ ସବୁଜ ଚଲାପଥରେ ହାତୀ ଯାତାୟତ କରିବେ ତାହା ଧାର୍ଯ୍ୟ ହୋଇ ପାରୁନଥିବାରୁ ହାତୀ-ମଣିଷ ଲଢେଇରେ ପଡି ପାରିନ ପୂର୍ଣ୍ଣଛେଦ । ହାତୀ ଚଲାପଥ ଉପରେ ରାଜପଥ, ରେଳପଥ ଓ ବିଦ୍ୟୁତ ଯିବା ।  ସଚେତନତା ସହ ସବୁ ବିହିତ ପଦକ୍ଷେପ କେବଳ ସରକାରୀ ନାଲିଫିତା ତଳେ ସୀମିତ । ଏହି ସବୁ କାରଣ ପାଇଁ ବଢି ପାରିନି ହାତୀ ବଂଶ । ପ୍ରତିବର୍ଷ ଯେତିକି ହାତୀ ଜନ୍ମ ହେଉଛନ୍ତି ସେତିକି ମରୁଛନ୍ତି ଯାହା ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ । 

ଗତ ୧୦ ବର୍ଷ ଭିତରେ ହାତୀ-ମଣିଷ ଲଢେଇରେ ୭୪୪ ମଣିଷ ଓ ୭୪୦ ହାତୀଙ୍କର ଜୀବନ ଯାଇଛି । ବିଗତ ୯ ମାସର ମଧ୍ୟରେ ୫୫ ହାତୀ ଓ ୮୫ ମଣିଷ ମରିଛନ୍ତି ।  ଯାହାକି ସବୁଠାରୁ ଅଧିକ ହାତୀ ଓ ମନୁଷ୍ୟ ମୃତ୍ୟୁ ।  ପ୍ରାକୃତିକ ଭାବରେ ୫ ପ୍ରତିଶତ ହାତୀ ମରୁଥିବା ବେଳେ ମନୁଷ୍ୟକୃତ କାରଣ ପାଇଁ ୯୫ ପ୍ରତିଶତ ହାତୀ ମରୁଛନ୍ତି । ସବୁଠୁ ବଡ ଗର୍ହିତ ଘଟଣା ହେଉଛି ବନ ବିଭାଗର ଅପାରଗତା ପାଇଁ ଜଙ୍ଗଲ ମାଫିଆଙ୍କ ଭାଉ ବଢିବାରେ ଲାଗିଛି । ଜଙ୍ଗଲ କ୍ଷୟ ଓ ଗଛ ବିଲୋପ ଯୋଗୁ ହାତୀ ଫସଲ ନଷ୍ଟ କରୁଛନ୍ତି । ଯାହା ଏବେ ବଡ ସଙ୍କଟ ଭାବରେ ଉଭା ହୋଇଛି । 

ଅଧିକ ପଢନ୍ତୁ: Vaishno Devi Yatra: ଏହି ଦିନରୁ ବୈଷ୍ଣଦେବୀକୁ ଯାତ୍ରା ଆରମ୍ଭ

ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି ଗଜ ଗାଡି ଓ ଗଜବନ୍ଧୁ ଯୋଜନା ହୋଇଥିଲା । କିନ୍ତୁ ଏହାର ସଠିକ ପରିଚାଳନା ଅଭାବରୁ ଏହି ଯୋଜନା ଫେଲ ମାରିଛି । ମହାନଦୀ ହାତୀ କରିଡ଼ର ଅଞ୍ଚଳରେ ଆସୁଥିବା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ-ମଣିଷର ଏ ଲଢ଼େଇ କ୍ରମଶଃ ତୀବ୍ର ହୋଇଛି । ଗତ ୬ ବର୍ଷ ଆଉ ୪ ମାସ ମଧ୍ୟରେ ଏହି ଦୁଇ ଜିଲ୍ଲାରେ ୧୪୬ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୧୯୨ ଜଣଙ୍କର ପ୍ରାଣହାନୀ ଘଟିଛି । ହାତୀମାନଙ୍କ ସୁରକ୍ଷା ପାଇଁ ୩ଟି ହାତୀ କରିଡର ଗଠନ କରାଯାଇଥିଲା । ମହାନଦୀ ହାତୀ କରିଡର ପରିସୀମା ବୃଦ୍ଧି କରାଗଲେ ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । 

ରାୟଗଡ଼ା ବନଖଣ୍ଡରୁ ୯୪ ହାତୀଙ୍କ ପତ୍ତା ମିଳୁନି । ୧୦୨ ବଦଳରେ ଏବେ ଅଛନ୍ତି ମାତ୍ର ୮ଟି । ତାହା ପୁଣି କେବେ ରାୟଗଡ଼ା ତ କେବେ କନ୍ଧମାଳରେ ଘୂରି ବୁଲୁଛନ୍ତି । ବର୍ଷର କିଛି ମାସକୁ ଛାଡ଼ିଲେ ଏହି ହାତୀପଲ କେଉଁଠି ରହୁଛନ୍ତି ତାହା ବନ ବିଭାଗକୁ ମଧ୍ୟ ମାଲୁମ୍ ନାହିଁ । ଏପଟେ କିନ୍ତୁ ପଡ଼ୋଶୀ ରାଜ୍ୟ ଓ ଜିଲ୍ଲାର ହାତୀପଲଙ୍କ ଦୌରାତ୍ମ୍ୟରେ ନାକେଦମ୍ ହୋଇ ପଡ଼ୁଛନ୍ତି ଜିଲ୍ଲାବାସୀ । ଏହା ପରେ ବି ପିସିସିଏଫ କହିଛନ୍ତି, ରାଜ୍ୟରେ ହାତୀଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ହାତୀ ବଢିଥିବା ସେ ଯୁକ୍ତି ବାଢିଛନ୍ତି । 

ଅଧିକ ପଢନ୍ତୁ : ଆଶାରାମ ବାପୁଙ୍କୁ ଆଶ୍ୱସ୍ତି, ଜେଲରେ ଥାଇ ମଧ୍ୟ ପାଇବେ ଏହି ସୁବିଧା

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯୭୯ଠାରୁ ରାଜ୍ୟରେ ହାତୀ ଗଣନା ମେ’ ମାସରେ କରାଯାଉଛି । ୧୯୭୯ ମସିହାରେ ଚନ୍ଦକାରେ ଗୋଟିଏ ବି ହାତୀ ନ ଥିଲେ । ତେବେ ୧୯୯୯ ଗଣନା ସମୟରେ ଏଠାରେ ୮୩ଟି ହାତୀ ଦେଖିବାକୁ ମିଳିଥିଲା । ୨୦୦୨ରେ ୬୨ଟି ହାତୀ ଥିବା ବେଳେ ୨୦୦୭ରେ ୬୭, ୨୦୧୦ରେ ଏହା ବହୁ ପରିମାଣରେ ହ୍ରାସ ପାଇ ୨୩ରେ ପହଞ୍ଚିଥିଲା । ୨୦୧୨ରେ ୨୪, ୨୦୧୫ରେ ୮ ଓ ୨୦୧୭ ଗଣନା ସମୟରେ ଏହି ଅଭୟାଣ୍ୟରେ ମାତ୍ର ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା । ଯଦି ଭୁବନେଶ୍ୱର ସର୍କଲ କଥା ବିଚାରକୁ ନିଆଯାଏ ତେବେ ଏଠାରେ ୨୦୧୭ରେ ୪୮ଟି ହାତୀ ରହିଥିଲେ । ଖୋର୍ଦ୍ଧା ବନ୍ୟପ୍ରାଣୀ ଡିଭିଜନ୍‌ରେ ସର୍ବାଧିକ ୩୩ଟି ହାତୀ ଥିବା ବେଳେ ନୟାଗଡ଼ ଡିଭିଜନ୍‌ରେ ୧୪ ଓ ଚନ୍ଦକା-ଡମପଡ଼ାରେ ଗୋଟିଏ ଅଣ୍ଡିରା ହାତୀ ଚିହ୍ନଟ ହୋଇଥିଲେ ।