ସିଏଜି ରିପୋର୍ଟକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ
Advertisement
Article Detail0/zeeodisha/odisha603604

ସିଏଜି ରିପୋର୍ଟକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ

ରିଜର୍ଭ ବ୍ୟାଙ୍କରେ ଖର୍ଚ୍ଚ ପାଇଁ ଅର୍ଥ ଥିବା ସତ୍ତ୍ୱେ ୧୨ ହଜାର ୧୩୦ କୋଟି ଟଙ୍କା ୭ରୁ ୮ ପ୍ରତିଶତ ସୁଧରେ ଋଣ ଆଣିଥିବା ବିଜେପି ଅଭିଯୋଗ କରିଛି । ମହିଳା, ଶିଶୁ, ଶିକ୍ଷା ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ଖର୍ଚ୍ଚ ହୋଇପାରିନି । 

ସିଏଜି ରିପୋର୍ଟକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ

ଭୁବନେଶ୍ୱର: ସିଏଜି ରିପୋର୍ଟକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ରାଜ୍ୟ ସରକାର ବିଭିନ୍ନ ବିଭାଗ ପାଇଁ ବରାଦ କରାଯାଉଥିବା ଅର୍ଥ ଖର୍ଚ୍ଚ କରିପାରୁ ନ ଥିବା ଅଭିଯୋଗ କରିଛି ବିଜେପି । ଯାହାକି ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଯାହାକୁ ନେଇ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛି ବିରୋଧୀ ବିଜେପି । ରାଜ୍ୟ ସରକାର ଲକ୍ଷେ କୋଟିରୁ ଅଧିକ ବଜେଟ କରୁଛନ୍ତି କିନ୍ତୁ ୨୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରି ନ ଥିବା କହିଛି ବିଜେପି ।

ରିଜର୍ଭ ବ୍ୟାଙ୍କରେ ଖର୍ଚ୍ଚ ପାଇଁ ଅର୍ଥ ଥିବା ସତ୍ତ୍ୱେ ୧୨ ହଜାର ୧୩୦ କୋଟି ଟଙ୍କା ୭ରୁ ୮ ପ୍ରତିଶତ ସୁଧରେ ଋଣ ଆଣିଥିବା ବିଜେପି ଅଭିଯୋଗ କରିଛି । ମହିଳା, ଶିଶୁ, ଶିକ୍ଷା ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ଖର୍ଚ୍ଚ ହୋଇପାରିନି । ପୂର୍ତ୍ତ ବିଭାଗରେ କାମ ନ କରି ଟଙ୍କା ଆତ୍ମସାତ କରିଥିବା ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ଏପରିକି ୧୩୦ କୋଟି ଟଙ୍କା ଖର୍ଚ୍ଚ କରି ଆଳୁ ମିଶନ ଯୋଜନା ଆରମ୍ଭ କରାଯାଇଥିଲା । କିନ୍ତୁ ଏହି ଯୋଜନାରେ ମାତ୍ର ୨୬.୬୫ କୋଟି ଟଙ୍କା ଖର୍ଚ୍ଚ କରିବାରେ ସଫଳ ହୋଇଛି ସରକାର । ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଏହି ଯୋଜନା ଫେଲ ମାରିଛି ବୋଲି ବିଜେପି ଅଭିଯୋଗ କରିଛି । 

ଏହାକୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କହିବା ସହ ସରକାରଙ୍କୁ ଏ ପ୍ରସଙ୍ଗରେ ଜବାବ ଦେବାକୁ ପଡିବ ବୋଲି କୁହାଯାଇଛି । ଏପରିକି ଚିଟଫଣ୍ଡ ପାଇଁ ହୋଇଥିବା ୩ ଶହ କୋଟି ଟଙ୍କାର କର୍ପସ ଫଣ୍ଡ କୌଣସି ହିତାଧିକାରୀଙ୍କୁ ଦିଆ ନ ଯାଇ ଫେରସ୍ତ ଆସିଥିବା ବିଜେପି ଅଭିଯୋଗ କରିଛି । ଅନ୍ୟପକ୍ଷରେ ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେଡି ଏହାର କଡା ଜବାବ ଦେଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ବହୁ କେନ୍ଦ୍ରୀୟ ଅନୁଦାନର ବକେୟା ଟଙ୍କା କେନ୍ଦ୍ର ଉପରେ ବାକି ପଡି ରହିଛି । ସଠିକ ସମୟରେ ଅର୍ଥ ଦେଉ ନ ଥିବାରୁ ଏହାର ସଦୁପଯୋଗ କିଭଳି ହେବ ବୋଲି ଓଲଟା ବିଜେଡି ପ୍ରଶ୍ନ କରିଛି । ଏପରିକି ସରକାର ସମସ୍ତ କାର୍ଯ୍ୟ ସଠିକ ସମୟରେ ସଠିକ ଢଙ୍ଗରେ କରୁଥିବା ବିଜେଡି କହିଛି ।