ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ
Advertisement

ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ

ଆଉ ଏବେ ସରକାରଙ୍କ ତରଫରୁ ଧାନମଣ୍ଡି ଖୋଲା ଯାଇ ନଥିବାରୁ ଚାଷୀଙ୍କ ମୁଣ୍ଡାରେ ଚଡ଼କ ପଡିଛି । ବନ୍ୟା ବାତ୍ୟା ଦାଉରୁ ବର୍ତ୍ତି ଯାଇଥିବା ଧାନ ଅମଳ କରି ମଣ୍ଡିରେ ବିକ୍ରି କରିବା ପରେ ମହାଜନ କରଜ ସୁଜିବା ସହ ପରିବାର ଭରଣପୋଷଣ  କିପରି କରିବେ ସେନେଇ ଚାଷୀ ଏବେ ଚିନ୍ତାରେ ।  

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟ ସରକାର ଧାନମଣ୍ଡି ଖୋଲିବା ନେଇ ନିର୍ଦ୍ଦେଶ ଦେଇଥିବା ବେଳେ  ଅଦ୍ୟାବଧି ଧାନମଣ୍ଡି  ଖୋଲିବା ନାଁ ଧରୁନି । ଫଳରେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡରେ  ଧାନ ବିକ୍ରି ପାଇଁ  ଚାଷୀଙ୍କୁ ନାକେଦମ୍ ହେବାକୁ ପଡୁଛି । ଡମପଡା ବ୍ଲକ ତାଳବସ୍ତ ଓ ଗୋପାଳପୁର ପଂଚାୟତରେ ଦୁଇଟି ସ୍ଥାନରେ ଧାନ ମଣ୍ଡି ଖୋଲିଥିବା ବେଳେ  ଅନ୍ୟ ୪୩ଟି ଧାନ ମଣ୍ଡି ଏଯାଏଁ  ଖୋଲି ନାହିଁ । ଯାହାକୁ ନେଇ ଏବେ ଚାଷୀ ମହଲରେ  କ୍ଷୋଭ ପ୍ରକାଶ ପାଇଛି । କଟକର ବାଙ୍କୀ ଅଞ୍ଚଳରେ ପୂର୍ବରୁ ବାରମ୍ବାର ବନ୍ୟା ଓ ବାତ୍ୟା ଯୋଗୁ  ଚାଷ କ୍ଷୟକ୍ଷତି ହୋଇଛି ।

ଆଉ ଏବେ ସରକାରଙ୍କ ତରଫରୁ ଧାନମଣ୍ଡି ଖୋଲା ଯାଇ ନଥିବାରୁ ଚାଷୀଙ୍କ ମୁଣ୍ଡାରେ ଚଡ଼କ ପଡିଛି । ବନ୍ୟା ବାତ୍ୟା ଦାଉରୁ ବର୍ତ୍ତି ଯାଇଥିବା ଧାନ ଅମଳ କରି ମଣ୍ଡିରେ ବିକ୍ରି କରିବା ପରେ ମହାଜନ କରଜ ସୁଜିବା ସହ ପରିବାର ଭରଣପୋଷଣ  କିପରି କରିବେ ସେନେଇ ଚାଷୀ ଏବେ ଚିନ୍ତାରେ ।  ଅନ୍ୟପଟେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଅସାଧୁ ଧାନ ବ୍ୟବସାୟୀ ଶାଗ ମାଛ ଦରରେ ଚାଷୀଙ୍କ ଠାରୁ ଧାନ କିଣୁଥିବା ଅଭିଯୋଗ କରିଛନ୍ତି ହରିରାଜ ଓ ଶିମିଳିପୁର ପଞ୍ଚାୟତର ଚାଷୀ ।

ସରକାର ବୈମାତୃକ ମନୋଭାବ ପୋଷଣ କରି ମାତ୍ର ୨ ସ୍ଥାନରେ ଧାନ ମଣ୍ଡି ଖୋଲିଥିବା ବେଳେ ଅନ୍ୟ ୪୩ଟି ସ୍ଥାନରେ ଏଯାଏଁ ଧାନ ମଣ୍ଡି ଖୋଲା ଯାଇନି । ଯାହାକୁ ନେଇ ଚାଷୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି । ଏନେଇ  ହରିରାଜପୁର ଓ ଶିମିଳିପୁର ସମବାୟ ସମିତିର ସମ୍ପାଦକ ସଫେଇ ଦେଇ କହିଛନ୍ତି ସରକାର ମିଲର ଟାର୍ଗେଟ ଦେଇ ନ ଥିବାରୁ ମଣ୍ଡି ଖୋଲି ପାରୁନି । ଅନ୍ୟପଟେ ଯଥା ଶୀଘ୍ର ମଣ୍ଡି ଖୋଲା ଯାଇ ଧାନ କିଣା ବ୍ୟବସ୍ଥା କରାଯିବ ବୋଲି ସହକାରୀ ନିବନ୍ଧକ କହିଛନ୍ତି । ତେବେ ଏବେ ଧାନ କିଣାକୁ ନେଇ କ'ଣ ପଦକ୍ଷେପ ନିଆଯାଉଛି, ତାହାକୁ ଅପେକ୍ଷା କରିଛନ୍ତି ଚାଷୀ ।