ବଡଦିନ ପାଇଁ ଚାଲିଛି ପ୍ରସ୍ତୁତି
Advertisement
Article Detail0/zeeodisha/odisha614407

ବଡଦିନ ପାଇଁ ଚାଲିଛି ପ୍ରସ୍ତୁତି

କେବଳ ଖ୍ରୀଷ୍ଟଧର୍ମାବଲମ୍ବୀ ନୁହଁ ସବୁ ବର୍ଗର ଓ ଧର୍ମର ଲୋକେ ଏହି ପର୍ବକୁ ପାଳନ କରିବା ଲାଗି ତତ୍ପରତା ଦେଖାଦେଇଥାଏ

ବଡଦିନ ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଡିସେମ୍ବର ୨୫, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୟନ୍ତୀ । ତାଙ୍କ ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଯୀଶୁପ୍ରେମୀଙ୍କ ଅପେକ୍ଷା । ରାଜଧାନୀ ଭୁବନେଶ୍ୱରର ଦୁଇ ପ୍ରମୁଖ ଚର୍ଚ୍ଚ-ୟୁନିଟ ୪ ଓ ସତ୍ୟନଗରସ୍ଥିତ କ୍ୟାଥୋଲିକ୍ ଚର୍ଚ୍ଚରେ ପ୍ରସ୍ତୁତି ଜୋରଦାର । ସମୂହ କୋରଲ ଗାନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା । ବାହ୍ୟ ଆକର୍ଷଣ ପାଇଁ ଖ୍ରୀଷ୍ଟମାସ୍ ଟ୍ରି, ଯୀଶୁଙ୍କ ଜନ୍ମସ୍ଥାନ ଗୁହାଳ ସମେତ ରାଜଉଆସ ଓ ବିଭିନ୍ନ ସାଜସଜା କରାଯାଉଛି । ୟୁନିଟ ୧ରେ ସଜ୍ଜା ହୋଇଛି ଖ୍ରୀଷ୍ଟମାସ ସାମଗ୍ରୀ । ବିଭିନ୍ନ ଭେରାଇଟର ଏକ୍ସ ମାସ ଟ୍ରି, ଆଇସ୍ ସ୍ନୋ ଫଲ୍ ଟ୍ରି ସାଙ୍ଗକୁ ଷ୍ଟାର, ଝୁମା, ବେଲ୍, କଣ୍ଢେଇ, ବେଲୁନ୍,ସହ ସ୍ୱତନ୍ତ୍ର ଗିଫ୍ଟ ପସରା ମେଲିଛି ।

ସେହିପରି, କଟକରେ ଥିବା ବିଭିନ୍ନ ଚର୍ଚ୍ଚରେ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ । ଖ୍ରୀଷ୍ଟ ଧର୍ମାବଲମ୍ୱୀଙ୍କ ପାଇଁ ଏହା ବଡ଼ ଦିନ । ତେଣୁ ଚର୍ଚ୍ଚ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଯୋଜନା ରହିଥିବା କହିଛନ୍ତି ଫାଦର । ସେପଟେ, ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ କିଣିବାରେ ବ୍ୟସ୍ତ ଅଛନ୍ତି କଟକବାସୀ । ଆସନ୍ତାକାଲି ରାତି ୧୦ଟାରୁ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ ଲାଗି ପ୍ରକ୍ରିୟା ଆରମ୍ଭ ହେବ । ରାତି ୧୨ଟା ବେଳେ ପ୍ରଭୁଙ୍କ ଆହ୍ୱାନ ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବେ ଖ୍ରୀଷ୍ଟ ଧର୍ମାବଲମ୍ବୀ।