ଅପେକ୍ଷାର ଅନ୍ତ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା
Advertisement
Article Detail0/zeeodisha/odisha867033

ଅପେକ୍ଷାର ଅନ୍ତ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି । ତେବେ ତାରିଖ ଘୋଷଣା ପୂର୍ବରୁ ଅନେକ ଥର ପିପିଲି ଉପନିର୍ବାଚନକୁ ନେଇ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ।

ଅପେକ୍ଷାର ଅନ୍ତ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ପିପିଲି ବିଧାନସଭା ଉପନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ ।  ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଆଜି ଏନେ ତାରିଖ ଘୋଷଣା କରିଛନ୍ତି । ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ । ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ମାର୍ଚ୍ଚ ୨୩ ତାରିଖରେ ପ୍ରକାଶ ପାଇବା ନେଇ ସୂଚନା ରହିଛି । 

ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ମେ ୨ ତାରିଖରେ ଭୋଟ ଗଣତି ସହ ରେଜଲ୍ଟ (By poll Election Result) ପ୍ରକାଶ କରାଯିବ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀ (Pradeep Maharathy) ଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି । ତେବେ ତାରିଖ ଘୋଷଣା ପୂର୍ବରୁ ଅନେକ ଥର ପିପିଲି ଉପନିର୍ବାଚନ (Pipili By Poll Election) କୁ ନେଇ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ।

Also Read: ଏହି ରାଜ୍ୟର ୪ ଟି ସହରରେ ମାର୍ଚ୍ଚ ୩୧ ଯାଏ ଲାଗିଲା ନାଇଟ କର୍ଫ୍ୟୁ...

ବିଜେଡି ସ୍ବର୍ଗତଃ ବିଧାୟକଙ୍କ ପତ୍ନୀ କିମ୍ବା ପୁତ୍ରଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟ ୨ ଦଳର ପ୍ରାର୍ଥୀ ଘୋଷଣା ଉପରେ ସାରା ରାଜ୍ୟର ନଜର ରହିଛି । ସେପଟେ ପିପିଲି (Pipili) ବ୍ୟତୀତ ଆହୁରି ଦୁଇଟି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟରେ । ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ । ତେବେ ପିପିଲି ଉପନିର୍ବାଚନ ନେଇ ଆଜି ତାରିଖ ଘୋଷଣା ହେବା ପରେ ପୂର୍ବରୁ ବାଜୁଥିବା ଅଘୋଷିତ ବିଗୁଲକୁ ଆଜିଠାରୁ ଅନୁମତି ମିଳିଛି ।

Also Read: ଝାଡଖଣ୍ଡି ଗାଡିରେ ଗଞ୍ଜେଇ, ଧରିଦେଲା ରେଙ୍ଗାଲି ପୋଲିସ

ତାରିଖ ଘୋଷଣା ହେବା ଆଗରୁ ଏହି ଉପ ନିର୍ବାଚନ ପାଇଁ ବିଜେଡି (BJD), ବିଜେପି (BJP) ଓ କଂଗ୍ରେସ (Congress) ଅନୌପଚାରିକ ଭାବେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ବିଜେଡି ତାର ପର୍ଯ୍ୟବେକ୍ଷକ ନିଯୁକ୍ତି କରିସାରିଛି । ତୃଣମୂଳ ସ୍ତରରେ ପରିସ୍ଥିତିକୁ ପରଖିବାରେ ଲାଗିଛନ୍ତି ପର୍ଯ୍ୟବେକ୍ଷକ ପ୍ରତାପ । ବିଜେଡି କିପରି ଏଠାରେ ସହଜରେ ବିଜୟ ଲାଭ କରିବ ସେ ନେଇ ପ୍ରତାପ ରଣନୀତି ପ୍ରସ୍ତୁତ କରୁଛନ୍ତି । ସେପଟେ ବିଜେପି ତାର ପ୍ରଚାର କାର୍ଯ୍ୟକୁ ଜାରି ରଖିଛି । ପୁରୀ ଲୋକସଭା ଆସନର ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ବିଜେପି ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରତି ଶନିବାର ଓ ରବିବାର ନିର୍ବାଚନୀ ମଣ୍ଡଳୀ ବୁଲିବା ସହିତ ଲୋକମାନଙ୍କ ସହିତ ମିଶୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଉ ଏବେ ତାରିଖ ଘୋଷଣା ପରେ ତିନିଦଳର ଷ୍ଟ୍ରାଟେଜି କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି ।