ପିପିଲି ପ୍ରସ୍ତୁତି ଶେଷ; ଅର୍ଦ୍ଧାଧିତ ବୁଥ ସମ୍ବେଦନଶୀଳ, ସୁରକ୍ଷା ଦେବେ ସେଣ୍ଟ୍ରାଲ ଫୋର୍ସ
Advertisement

ପିପିଲି ପ୍ରସ୍ତୁତି ଶେଷ; ଅର୍ଦ୍ଧାଧିତ ବୁଥ ସମ୍ବେଦନଶୀଳ, ସୁରକ୍ଷା ଦେବେ ସେଣ୍ଟ୍ରାଲ ଫୋର୍ସ

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ଯେ,   ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପ୍ରସ୍ତୁତ ଶେଷ ହୋଇଛି। କୋଭିଡ ଗାଇଡ଼ଲାଇନ ଅନୁଯାୟୀ ୭୨ ଘଣ୍ଟା ପୂର୍ବରୁ...

ଫାଇଲ ଫଟୋ

ଭୁବନେଶ୍ୱର: ଆଉ ଦିନକ ପରେ ବହୁ ପ୍ରତିକ୍ଷୀତ ପିପିଲି ଉପନର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତି କରାଯାଇଛି ତାହା ଉପରେ ସେ ସବିଶେଷ ତଥ୍ୟ ଦେଇଛନ୍ତି। ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ନିର୍ବାଚନ ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ଯେ,   ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପ୍ରସ୍ତୁତ ଶେଷ ହୋଇଛି। କୋଭିଡ ଗାଇଡ଼ଲାଇନ ଅନୁଯାୟୀ ୭୨ ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହେବା କଥା। ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା ୬ରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି। ପୁଲିଂ ପାର୍ଟି ପେଣ୍ଠକଟାରେ ରହିଛନ୍ତି। ସେଠୁ ବୁଥକୁ ବାହାରିବେ । 

Also Read: ବଳଙ୍ଗା ଥାନାରେ ବିସ୍ଫୋରଣ; ଦୁର୍ଘଟଣା ନା ଷଡ଼ଯନ୍ତ୍ର? ଦିନକ ପରେ ଉପ-ନିର୍ବାଚନ

ପିପିଲି ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ୨ ଲକ୍ଷ ୨୯ ହଜାର ୯୯୮ଭୋଟର ରହିଛନ୍ତି। ମୋଟ ବୁଥ ସଂଖ୍ୟା ୩୪୮ରୁ ୨୦୧ ସମ୍ବେଦନଶୀଳ। ମାଇକ୍ରୋ ଅଵଜବର କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି। ସେଠାରେ ୱବେ କାଷ୍ଟ କିମ୍ୱା ସିସିଟିଭି ଲଗାଯିବ। ୨୨୦୦ ପୁଲିଂ ପାର୍ସୀନାଲିଟି, ୨୦୦୦ ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ। ସେହିପରି  ପୁଲିଂ ପାର୍ସୀନାଲିଟି ଯିବା ଆସିବା ପାଇଁ ୪୨୩ ଗାଡି ନିଆଯାଇଛି। ପିପିଲିରେ ୩୪୮ଟି ଭିଭିପାଟ ବ୍ୟବହାର ହେବ। ୯୨୪ ପୋଷ୍ଟାଲ ବାଲଟ ଭୋଟ ଆମେ ପାଇଛୁ ବୋଲି ନିର୍ବାଚନ କମିଶନର କହିଛନ୍ତି।

କୋଭିଡ ଗାଇଡ଼ ଲାଇନ ଭିତରେ ନିର୍ବାଚନ ହେବ। ପ୍ରତି ବୁଥରେ ୧୦୦୦ ଜଣ ମତଦାତା ଭୋଟ ଦେଇ ପାରିବେ। ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ। ନିର୍ବାଚନରେ ସାମିଲ ସମସ୍ତ ଅଧିକାରୀଙ୍କୁ ଡବଲ ଡୋଜ ଭ୍ୟାକ୍ସିନ ନେବା ପାଇଁ ବ୍ୟବସ୍ଥା ଇରାଯାଇଥିଲା। ସମସ୍ତେ ଆସିବା ବେଳେ ସାର୍ଟିଫିକେଟ ନେଇ କି ଆଇବେ ବୋଲି କୁହାଯାଇଛି। ଭୋଟର ଆଇକର୍ଡ଼ ପରେ ୧୧ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ। ପ୍ରତ୍ୟେକ ଭୋଟର ଙ୍କୁ ହ୍ୟାଣ୍ଡ ଗ୍ଲୋବ ଦିଆଯିବ। ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ।  ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ। ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ। ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। 

Also Read: Election Commission:୩୦ ଅକ୍ଟୋବରରେ ୩୦ ବିଧାନସଭା-୩ ଲୋକସଭା ପାଇଁ ହେବ ଉପନିର୍ବାଚନ

ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନର ୩ଟି ଅଭିଯୋଗକୁ ତଦନ୍ତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ମଧ୍ୟ ଦିଆଯାଇଛି । ଏଥିପାଇଁ ୫ ହଜାର ଟଙ୍କା ଫାଇନ  କଟାଯାଇଛି ବୋଲି ସୁଶୀଲ କୁମାର ଲୋହାନି କହିଛନ୍ତି।