CHSE Odisha Plus Two Result: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ
Advertisement

CHSE Odisha Plus Two Result: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

CHSE Odisha Plus Two Result: ମୋଟ ୬୮୩୭୪ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି. 

 

CHSE Odisha Plus Two Result: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: CHSE Odisha Plus Two Result: ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ବହୁ ସମସ୍ୟା ମଧ୍ୟରେ ଆଜି ପ୍ରକାଶ ପାଇଛି ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ନେଇ ସୂଚନା ରହିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ମୋଟ ୯୭,୩୭୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୬୮,୩୭୪ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଙ୍କ ସଂଖ୍ୟା ୩୮,୩୦୧ ରହିଛି। ଏହି ସଂଖ୍ୟା ୩୯ ପ୍ରତିଶତ ରହିଛି। ସେହିପରି ୩୧ ପ୍ରତିଶତ ଛାତ୍ରଛାତ୍ରୀ ସଂଖ୍ୟା ୩୦,୦୭୩ ରହିଛି। ତେବେ ମୋଟ ପାସ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫୩୩୯ ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି। ସେପଟେ ୧୫ଟି କଲେଜରେ ଫଳାଫଳ ଶୁନ ରହିଛି। 

ସେହିପରି ରାଜ୍ୟରେ ସର୍ବାଧିକ ପାସ ହାର ନୟାଗଡ଼ ଜିଲ୍ଲାରେ ରହିଛି। ଜିଲ୍ଲାରୁ ମୋଟ ୮୬.୫୧ ପ୍ରତିଶତ ହାରରେ ଛାତ୍ରଛାତ୍ରୀ ପାସ କରିଛନ୍ତି। ସୂଚନା ଯୋଗ୍ୟ ଚଳିତବର୍ଷ କୋରୋନା ମହାମାରୀ ପାଇଁ ଖାତା ଦେଖିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ସମସ୍ୟାର ସମ୍ମୁଖିନ ହୋଇ ଖାତା ଦେଖା କାର୍ଯ୍ୟ ସରିଥିଲା। ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ବାହାରିବ ବୋଲି ଜଣାପଡ଼ିଛି।