ପିଏମ କିଷାନ ଓ କାଳିଆ ମିଶ୍ରଣ ପରେ ଏବେ ମିଶିବ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା !
Advertisement

ପିଏମ କିଷାନ ଓ କାଳିଆ ମିଶ୍ରଣ ପରେ ଏବେ ମିଶିବ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା !

ପିଏମ କିଷାନ କାଳିଆ ମିଶ୍ରଣ ପରେ ଏବେ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା ମିଶ୍ରଣ ନେଇ ଚର୍ଚ୍ଚା ଜୋର ଧରିଛି 

ମିଶିବ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା

ମଳୟ ମହାନ୍ତି, ଭୁବନେଶ୍ୱର: ପିଏମ କିଷାନ କାଳିଆ ମିଶ୍ରଣ ପରେ ଏବେ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା ମିଶ୍ରଣ ନେଇ ଚର୍ଚ୍ଚା ଜୋର ଧରିଛି । ବିଜୁ ପକ୍କାଘର ପାଇଁ ବଜେଟରେ ସ୍ୱତନ୍ତ୍ର ଭାବେ କୌଣସି ଅର୍ଥ ବରାଦ କରାଯାଇ ନ ଥିବାବେଳେ ପିଏମ କିଷାନ ଯୋଜନାରେ ବିଜୁ ପକ୍କାଘର ମିଶ୍ରଣ କରାଯାଇ ଲୋକଙ୍କୁ ଗୃହ ପ୍ରଦାନ କରାଯିବ ବୋଲି କୁହାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର 60 ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ଯ ସରକାର 40 ପ୍ରତିଶତ ଅର୍ଥ ଦେଉଛନ୍ତି । ସେଥିପାଇଁ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନା ଭାବେ ଗଣାଯିବ ବୋଲି ବିଜେଡି କହିଛି । ଅନ୍ୟପକ୍ଷରେ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ କରି ବ୍ୟବସ୍ଥାକୁ ହଡପ କରୁଥିବା ବିଜେପି ଅଭିଯୋଗ କରିଛି । ଅନ୍ୟପକ୍ଷରେ ଟ୍ୟାକ୍ସ ଆଦାୟ ପରିମାଣ ଅତିରିକ୍ତ ଭାବେ କମିଯାଇଥିବାରୁ କୌଣସି ଯୋଜନା ଚାଲୁ ରଖିବା ସମ୍ଭବ ନୁହେଁ ତେଣୁ ସରକାର ଏଭଳି ନୀତି ଆପଣାଇଛନ୍ତି ବୋଲି କଂଗ୍ରେସ କହିଛି ।

ଏପରିକି ଏହି ପ୍ରସଙ୍ଗରେ ପିଡି ଡିଆରଡିଏ ମାଧ୍ୟମରେ ପିଏମ ଆବାସ ଯୋଜନାରେ ବିଜୁ ପକ୍କାଘର ଫଳକ ଲଗାଉଥିବା ବିଜେପି ଅଭିଯୋଗ କରିଛି । ତୁରନ୍ତ ଏଥିରୁ ବିରତ ରହିବାକୁ ଚେତାବନୀ ଦେଇଛି ମଧ୍ୟ ଦେଇଛି ବିଜେପି । ନଚେତ ଗାଁ ଗାଁରେ ବିଜେଡିର ମୁଖା ଖୋଲିବାକୁ କହିଛି ଦଳ । ଏପରିକି କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ଉଭୟଙ୍କୁ ଘେରିଛି । ବର୍ତ୍ତମାନ ସାରା ଦେଶ ଏବଂ ରାଜ୍ୟରେ ଟ୍ୟାକ୍ସ ଆଦାୟ ମାତ୍ରା ଅତ୍ୟଧିକ କମିଯାଇଛି । ମାତ୍ର ୫ ରୁ ୬ ପ୍ରତିଶତ ଟ୍ୟାକ୍ସ ଆଦାୟ ହେଉଛି । 
ତେଣୁ କୌଣସି ସ୍କିମ ଅପରେଟ ହୋଇପାରିବନି ବୋଲି କଂଗ୍ରେସ କହିଛି । ଏପରିକି ରାଜ୍ୟ ସରକାର ବିଭିନ୍ନ ଯୋଜନା ଆରମ୍ଭ କରି କାର୍ଯ୍ୟକାରୀ କରୁ ନ ଥିବା ଦଳ ଅଭିଯୋଗ କରିଛି । ଗୋପବନ୍ଧୁ ଗ୍ରାମୀଣ ଯୋଜନା ଏବଂ ଚେକଡ୍ୟାମ ଯୋଜନାର ଉଦାହରଣ ମଧ୍ୟ କଂଗ୍ରେସ ଦେଇଛି । ତେଣୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏ ସବୁ କରାଯାଉଥିବା କହିଛି କଂଗ୍ରେସ । 

ବିଜେଡି ପରୋକ୍ଷରେ ଏ କଥାକୁ ସ୍ୱୀକାର ମଧ୍ୟ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର 40 ପ୍ରତିଶତ ଅର୍ଥ ଦେଉଛନ୍ତି। ଏପରିକି ଏହି ଯୋଜନାରେ ରାଜ୍ୟ ୪୦ ପ୍ରତିଶତରୁ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି । ତେଣୁ ରାଜ୍ୟ ସରକାର ପାଖାପାଖି ଅଧା ଅର୍ଥ ଖର୍ଚ୍ଚ କରୁଥିବାରୁ ଏହି ଯୋଜନା ମିଳିତ ଭାବେ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା ଭାବେ ଗଣାଯିବ । ଏଭଳି ଭାବେ ରାଜ୍ୟ 6 ହଜାର କୋଟି ଟଙ୍କା ବ୍ୟୟ କରୁଥିବା କୁହାଯାଇଛି ।