ପରୀକ୍ଷା ପାଇଁ କାଉଣ୍ଟଡାଉନ୍
Advertisement
Article Detail0/zeeodisha/odisha616826

ପରୀକ୍ଷା ପାଇଁ କାଉଣ୍ଟଡାଉନ୍

ପରୀକ୍ଷା ପାଇଁ କାଉଣ୍ଟଡାଉନ୍ । ସିସିଟିଭି ନାହିଁ ତ ପରୀକ୍ଷା ନାହିଁ । ଚଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ପରୀକ୍ଷା ପାଇଁ କାଉଣ୍ଟଡାଉନ୍ । ସିସିଟିଭି ନାହିଁ ତ ପରୀକ୍ଷା ନାହିଁ । ଚଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଶେଷ କରି ସିସିଟିଭି କ୍ୟାମେରା ଯୁକ୍ତ ପରୀକ୍ଷା କେନ୍ଦ୍ର କରିବାକୁ ପରିଷଦ ନିଷ୍ପତ୍ତି ନେଇଥିବା ବେଳେ ସ୍ୱତନ୍ତ୍ର ଟିମ୍ ବୁଲି ଏହାର ଭିତ୍ତିଭୂମି ଯାଞ୍ଚ କରିବେ ।

ଚଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଲାଗି କଡା ଆଭୁମୁଖ୍ୟ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିନା ସିସିଟିଭି କ୍ୟାମେରାରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ ବୋଲି ସଫା ସଫା ମନା କରିଦେଇଛି ପରିଷଦ । ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୃଙ୍ଖଳିତ ଓ ସୁପରିଚାଳନା ସହ କପି ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପରିଷଦର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି ଯାଞ୍ଚ କରିବେ । ଏହାସହ ସମସ୍ତ ମାପଦଣ୍ଡ ପୂରଣ କରୁଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ହିଁ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଜଣାପଡିଛି । 

ପରେ ପରୀକ୍ଷା ପରିଷଦର ସ୍ୱତନ୍ତ୍ର ବୈଠକ ବସି ଚୂଡାନ୍ତ ପରୀକ୍ଷା କେନ୍ଦ୍ର ତାଲିକା ନିଷ୍ପତ୍ତି କରାଯିବ । ଏହାସହ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ଏବଂ ମୋବାଇଲ ଫୋନ ବ୍ୟବହାର ମନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରଶ୍ନ ପତ୍ରକୁ ସୁରକ୍ଷିତ ଭାବେ ରଖିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୨୦୨ ଟି ହବ୍ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନ ପତ୍ର କେନ୍ଦ୍ରକୁ ପଠାଯିବ । ତେବେ ସମସ୍ତ ପ୍ରାକ୍ ପ୍ରସ୍ତୁତି ସଠିକ ଭାବେ କରାଯାଉଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି ।

ସେପଟେ ପରୀକ୍ଷାକୁ ଆଉ କେଇ ମାସ ବାକି ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ବେଶ୍ ତତ୍ପରତା ପ୍ରକାଶ ପାଇଛି । ଚଳିତ ପରୀକ୍ଷା ପରିଚାଳନା କରିବା ପାଇଁ ପ୍ରଥମ ଥର ପାଇଁ ଗଣଶିକ୍ଷା ବିଭାଗର ଜଣେ ଲେଖାଏଁ ପ୍ରତି ଜିଲ୍ଲାର ପରୀକ୍ଷା ପରିଚାଳନା ଦାୟିତ୍ୱରେ ରହିବେ ବୋଲି ପୂର୍ବରୁ ବିଭାଗ ସ୍ପଷ୍ଟ କରିଛି ।

ଆହୁରି ପଢନ୍ତୁ; ହେମନ୍ତଙ୍କ ଶପଥ ଉତ୍ସବରେ ବିରୋଧୀଙ୍କ ମହାମେଳି