ଶୀତରେ ପୁଣି ବର୍ଷା, ଘନକୁହୁଡି଼ ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ
Advertisement

ଶୀତରେ ପୁଣି ବର୍ଷା, ଘନକୁହୁଡି଼ ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। 

ଶୀତରେ ପୁଣି ବର୍ଷା, ଘନକୁହୁଡି଼ ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ବର୍ଷା ପରେ ପୁଣି ଫେରିବ ଶୀତ, ଢାଙ୍କିବ କୁହୁଡି ଚାଦର । ଉପାନ୍ତରୁ ଉପକୂଳ ଥରିବ ଓଡି଼ଶା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଦୁଇ ଦିନ ପରେ ଆଭ୍ୟନ୍ତରୀଣ ଓଡି଼ଶା ସମେତ ଉପକୂଳ ଓଡିଶାରେ ପାରା କମିବ। ଫଳରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଜାଡରେ ଥରିବ ଓଡି଼ଶା। 

ଏହାସହ ଆସନ୍ତା ତିନି ଦିନ ଯାଏଁ ଘନ କୁହୁଡି ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ୧୦ ରୁ ସକାଳ ୧୦ ପର୍ଯ୍ୟନ୍ତ କମିବ ଦୃଶ୍ୟମାନ ଦୂରତା । ବାୟୁମଣ୍ଡଳର ସ୍ଥିରତା ଏବଂ ପ୍ରଚୁର ପରିମାଣର ଜଳୀୟବାଷ୍ପ ଉପସ୍ଥିତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି (Severe Fog) ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। 

Also Read: ରାଜନୈତିକ ଆକ୍ରୋଶ : ନିର୍ବାଚନ ଲଢିବା ପୂର୍ବରୁ ଜାଳିଦେଲେ ସରପଞ୍ଚଙ୍କ ଘର

ସେହିପରି ୨୬ ତାରିଖରେ ୧୦ ଟି ଜିଲ୍ଲା ଓ ୨୭ ତାରିଖରେ ଦକ୍ଷିଣ ଓଡ଼ିଶା (South Odisha)  ର ୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି କେନ୍ଦ୍ର। ସେପଟେ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡି଼ ବିଜୁଳି ସହ ବର୍ଷା ହେବ।

Also Read: କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ସହିତ ଏହି ଖେଳାଳିଙ୍କ କ୍ୟାରିୟରର ମଧ୍ୟ ହେବ ଅନ୍ତ, ରୋହିତଙ୍କୁ ମଧ୍ୟ ଜମା ପସନ୍ଦ ନୁହଁନ୍ତି!

ସେହିପରି ୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା (Coastal Odisha)  ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଘନ କୁହୁଡି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଘନ କୁହୁଡି଼ରେ ଗାଡି ଚାଳନା ଉପରେ ସତର୍କ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।