କୋଭିଡ କଟକଣା ସ୍ଥଗିତ ଥିବା ଅଭିଯାନ ଗୁରୁବାର ଠାରୁ ପୁଣିଥରେ ବିଏମସିର ଉତ୍ତର ମଣ୍ଡଳ ଜୋନ୍ ଅନ୍ତର୍ଗତ ୱାର୍ଡ ନମ୍ବର ୩ ରୁ ଆରମ୍ଭ କରାଯାଇଛି।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ବିଏମସିକୁ ଘାରିଛି ରାଜସ୍ବ ଚିନ୍ତା । ରାଜଧାନୀ ଭୁବନେଶ୍ବରେ ପୁଣି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କାର୍ଯ୍ୟ ଆରମ୍ଭ କରିଛନ୍ତି କିନ୍ନର । କୋଭିଡ କଟକଣା ସ୍ଥଗିତ ଥିବା ଅଭିଯାନ ଗୁରୁବାର ଠାରୁ ପୁଣିଥରେ ବିଏମସିର ଉତ୍ତର ମଣ୍ଡଳ ଜୋନ୍ ଅନ୍ତର୍ଗତ ୱାର୍ଡ ନମ୍ବର ୩ ରୁ ଆରମ୍ଭ କରାଯାଇଛି।
ବିଏମସି (BMC) ର ବାର୍ଷିକ ୧୩୦ କୋଟିରୁ ଅଧିକ ରାଜସ୍ବ ଆଦାୟ କରିବାର ଲକ୍ଷ୍ୟ ଥିବା ବେଳେ ସେଥିରେ ହୋଲ୍ଡିଂ ଟ୍ୟାକ୍ସ (Holding Tax), ଟ୍ରେଡ଼ ଲାଇସେନ୍ସ (Tread License) ଓ ଅନ୍ୟାନ୍ୟ ଟିକସ ସାମିଲ ରହିଛି । ଗତ ଆର୍ଥିକ ବର୍ଷରେ ୧୧୨ କୋଟି ରାଜସ୍ବ ଆଦାୟ ହୋଇଥିଲା । ଟିକସ ଫାଙ୍କୁଥିବା ବ୍ୟକ୍ତି ଓ ସଂସ୍ଥାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ଲାଗି ଗତ ବର୍ଷ କିନ୍ନର ଅନୁଷ୍ଠାନ (Transgender Organisation) TG ସ୍ୱୀକୃତିର ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା ।
Also Read: କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ
ଏହାପରେ କୋଭିଡ ୧୯ (Covid-19) ହେତୁ ସ୍ଥଗିତ ରହିବା ପରେ ପୁଣି ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଡିଫଲ୍ଟର ମାନଙ୍କ ତାଲିକା ପ୍ରସ୍ତୁତ କରି ମାର୍ଚ୍ଚ ସୁଦ୍ଧା ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ହଜାରରୁ ଅଧିକ ଟିକସ ବକେୟା ଥିବା ମୋଟ ୮୦୪ ଜଣଙ୍କୁ ଚିହ୍ନଟ କରାଯାଇଛି । ଟିଜି ଗ୍ରୁପ (TG Group) କୁ ୨୩ କୋଟି ଆଦାୟ ପାଇଁ ଟାର୍ଗେଟ ଦିଆଯାଇଛି । ପୂର୍ବ ଘୋଷଣା ମୁତାବକ ସେମାନଙ୍କୁ ଆଦାୟର ୧ ପ୍ରତିଶତ କମିଶନ ଆକରରେ ଦିଆଯିବ ବୋଲି ବିଏମସି କମିଶନ (Bmc Commissioner) ର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ।
Edited: Zee Odisha Desk