ପରୀ ମୃତ୍ୟୁ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ (SIT Investgation) ନିର୍ଦ୍ଦେଶ ମିଳିବା ପରେ ମଧ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି। ଏପରିକି ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ସନ୍ତୁଷ୍ଟ ହୋଇନାହାଁନ୍ତି ବିରୋଧି।
ପରୀ ମୃତ୍ୟୁ ଘଟଣାରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Pattnaik) । ଶୁକ୍ରବାର ଭିଡିଓ କନଫରେନସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ପରୀ ମୃତ୍ୟୁ ଘଟଣାରେ ସେ ମର୍ମାହତ ଏବଂ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଉପରେ ତାଙ୍କ ସରକାର ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧିଙ୍କୁ ନିବେଦନ କରିଥିଲେ।
ସେପଟେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ସନ୍ତୁଷ୍ଟ ହୋଇନାହିଁ ବିରୋଧି ଆସନରେ ବସିଥିବା ବିଜେପି (BJP) । ଏନେଇ ଦଳ କହିଛି ଏସଆଇଟି ଗଠନ କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଏହା ଜଣାପଡୁଛି। ସରକାର ଏ ଘଟଣା ଉପରେ ଏବେ ମଧ୍ୟ ଗୁରୁତ୍ୱ ଦେଉନାହାଁନ୍ତି। ସିବିଆଇ ତଦନ୍ତ ସହ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିରୋଧି ବିଜେପି। ସେପଟେ ଅପରାହ୍ନ ଅଧିବେଶନରେ କଂଗ୍ରେସ ସଦସ୍ୟ ନିଜ ଆସନରେ ବସିଥିଲେ। ବର୍ତ୍ତମାନ ଏସଆଇଟି ତଦନ୍ତ ଘୋଷଣା ହୋଇଥିବାରୁ ଆମେ ସନ୍ତୁଷ୍ଟ ବୋଲି କହିଛନ୍ତି କଂଗ୍ରେସ (Congress) ବିଧାୟକ ତାରା ବାହିନୀପତି।
Also Read: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ
ସେପଟେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲା ପରେ ଆଲୋଚନାକୁ ନଆସିବା, ଗୃହର ବହୁ ମୂଲ୍ୟ ସମୟକୁ ନଷ୍ଟ କରିବା ଦୁର୍ଭାଗ୍ୟଜନକ ବୋଲି ଶାସକ ବିଜେଡି (BJD) କହିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲା ପରେ କାହିଁକି ବିରୋଧି ହୋ ହାଲ୍ଲା କରୁଛନ୍ତି ବୋଲି ବାଚସ୍ପତି ଗୃହରେ କହିଥିଲେ। ନିଜ ନିଜ ସ୍ଥାନକୁ ଯାଇ ଗୃହ କାର୍ଯ୍ୟରେ ଭାଗ ନେବାକୁ ସେ ଅନୁରୋଧ କରିଥିଲେ। ବିରୋଧି ତାଙ୍କ ଜିଦରେ ଅଟଳ ଅଟଳ ରହିଥିଲେ। ଫଳରେ ଗୃହକୁ ଆସନ୍ତାକାଲି ସାଢେ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।