ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ
Advertisement

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ

Nayagarh Pari Murder Case: ବିଧାନସଭାରେ (Odisha Assembly) ପରି ଝଡ଼ । ବିରୋଧୀଙ୍କ ହଟଗୋଳ। ଚାଲିପାରିଲାନି ଗୃହ। ଆସନ୍ତା କାଲି ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆରମ୍ଭରୁ ବିଜେପି (BJP), କଂଗ୍ରେସ (Congress) ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । 

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ

ମଳୟ ମହାନ୍ତି, ଭୁବନେଶ୍ୱର: Nayagarh Pari Murder Case: ବିଧାନସଭାରେ (Odisha Assembly) ପରି ଝଡ଼ । ବିରୋଧୀଙ୍କ ହଟଗୋଳ। ଚାଲିପାରିଲାନି ଗୃହ। ଆସନ୍ତା କାଲି ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆରମ୍ଭରୁ ବିଜେପି (BJP), କଂଗ୍ରେସ (Congress) ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପରୀଙ୍କ ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁ (Minister Arun Sahoo) ଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁ ତୁରନ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ବିଜେପି (BJP) ସଦସ୍ୟମାନେ ବ୍ୟାନର୍‌ ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।  କଂଗ୍ରେସ (Congress) ସଦସ୍ୟମାନେ ମଧ୍ୟ କୃଷିମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ପରିଚାଳନା କରିବାରେ ସମ୍ଭବ ନ ହେବାରୁ ବାଚସ୍ପତି ଆସନ୍ତା କାଲିଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି। 

ଅଧିକ ପଢନ୍ତୁ: କୃଷକ ଆନ୍ଦୋଳନକୁ ନେଇ ମୁହାଁମୁହିଁ ଅମରିନ୍ଦର-ଖଟ୍ଟର

ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁଙ୍କ (Arun Sahoo) ବହିଷ୍କାର ଦାବି କରିଛନ୍ତି ବିଜେପି (BJP)। ଏପରିକି ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି ବୋଲି ଅଡିବସିଥିଲା ବିଜେପି। ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ (Crime Branch) ତଦନ୍ତ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ ବୋଲି କହିବା ସହ ପୂର୍ବରୁ ଏପରି କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ମିଳିନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ (Mohan Majhi) କହିଛନ୍ତି। ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ (Arun Sahoo) ଇସ୍ତଫା ଦାବି ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ SITସ୍ତରୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି (Taraprasad Bahinipati)। 

ଅଧିକ ପଢନ୍ତୁ:ପଶ୍ଚିମବଙ୍ଗରେ ବିଜେପିର ଚେହେରା ହେବେ ସୌରଭ ଗାଙ୍ଗୁଲି!

ସେପଟେ ବିରୋଧୀଙ୍କ ହଟଗୋଳ ପରେ ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି-“ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ, ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋ ରାଜନୈତିକ ଜୀବନରେ ହିଂସାର ମୁଁ ଘୋର ବିରୋଧୀ। ଯେକୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ। କ୍ରାଇମବ୍ରାଞ୍ଚ ତଦନ୍ତରେ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ବିଶ୍ୱାସ ରହିଛି। ଏଥିରେ ଯିଏ ବି ଜଡ଼ିତ ଥାଆନ୍ତୁ, ଦଣ୍ଡିତ ହେବା ଦରକାର। ଘଟଣାକୁ ରାଜନୀତିକରଣ ନ କରାଯାଉ। ପରୀ ନ୍ୟାୟ ପାଉ। ସତ୍ୟ ଉନ୍ମୋଚନ ହେଉ।” 

ଏପଟେ କିନ୍ତୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତି ପରେ ମଧ୍ୟ ବିରୋଧୀ ଦଳ କିଛି ଶୁଣିବାକୁ ନାରାଜ। ଚାରି ମାସେ ଧରି କୁଆଡେ ଯାଇଥିଲେ ମନ୍ତ୍ରୀ ଓ କାହିଁକି ତାଙ୍କ ପରିବାର ପାଖକୁ ଯାଇ ସାନ୍ତ୍ୱନା ଦେଲେନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ସେତେବେଳେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେନି। ଅଭିଯୁକ୍ତ ବାବୁଲି ନାଏକଙ୍କୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ। ଆମେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲୁ। ମୁଖ୍ୟମନ୍ତ୍ରୀ  କୃଷିମନ୍ତ୍ରୀ ଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି।