ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ସ୍କୁଲ ଲାଗି ଚିନ୍ତା ବଢାଇଲା କୋଭିଡ୧୯। ଏନେଇ ସତର୍କ ରହିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ। ଦେଶର ଅନ୍ୟ ରାଜ୍ୟରେ କୋଭିଡ୧୯ ନୂଆ ଷ୍ଟ୍ରେନ୍ ଆତଙ୍କ ଖେଳାଇବା ପରେ ଜାରି ହୋଇଥିବା ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେପଟେ ପୁଣି ଜଣେ ଶିକ୍ଷକ ହୋଇଛନ୍ତି କୋରୋନା ଆକ୍ରାନ୍ତ (Corona Positve)। ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଅନେକ କଟକଣା ମଧ୍ୟରେ ଖୋଲିଥିଲା ବିଦ୍ୟାଳୟ। ହେଲେ ଏବେ ପୁଣି ଚିନ୍ତା ବଢାଇଛି କୋରୋନା କଟକଣା।  ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟରେ ଗତ ଜାନୁୟାରୀ ୮ ତାରିଖରୁ ବିଦ୍ୟାଳୟ ଖୋଲିଥିଲା। ବର୍ତ୍ତମାନ ପାଳି କରି ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କଟକଣା ମଧ୍ୟରେ ଶ୍ରେଣୀଗୃହ ପାଠପଢା ଜାରି ରହିଛି।


Also Read: ପିଲାଙ୍କ ହାତରେ ପରୀକ୍ଷା ଦର୍ପଣ, ଏଥର ବୋର୍ଡ ପରୀକ୍ଷା କସରତ୍


 


ହେଲେ ବାହାର ରାଜ୍ୟରେ ବଢିଚାଲିଥିବା କୋରୋନା ସଂକ୍ରମଣ ଜନିତ ମାମଲାକୁ ଦେଖି ଆଗୁଆ ଚେତି ଉଠିଛନ୍ତି ଓଡିଶା ସରକାର। ଅତିରିକ୍ତ ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସଠିକ୍ ଭାବେ କୋଭିଡ୧୯ ପ୍ରୋଟକଲ୍ (Covid19 Protocol) କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲରେ ଆବଶ୍ୟକୀୟ ବିଶୋଧନ (Sanitizing) ବ୍ୟବସ୍ଥା କରିବା ସହିତ ଶିକ୍ଷକ (Teacher), କର୍ମଚାରୀ (Staff), ଛାତ୍ରଛାତ୍ରୀ (Student) ଯେପରି ମାସ୍କ (Mask) ପିନ୍ଧିବା ସହ ସାମାଜିକ ଦୂରତା (Social Distance) ବଜାୟ ରଖିବା, ଥର୍ମାଲ ସ୍କ୍ରିନିଂ (Thermal Screening), ହାତ ଧୋଇବା କିମ୍ବା ସାନିଟାଇଜର (Sanitizer) ବ୍ୟବହାର କରିବା ଦିଗରେ ସଜାଗ ରହିବାକୁ ଜଣାଇ ଦେଇଛନ୍ତି।


Also Read: ପରୀକ୍ଷା ପାଇଁ ସଜବାଜ; ଏକାଠି ହେଲେ ଅଭିଭାବକ-ଶିକ୍ଷକ


ସେପଟେ ରାଜଧାନୀର ଜଣେ ଶିକ୍ଷକ କୋରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ପ୍ରଶାସନ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ସଜାଗ ହୋଇଉଠିଛି। ନୟାପଲ୍ଲୀ ସ୍ଥିତ ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକ ୨ ଦିନ ତଳେ କୋରୋନା ପଜିଟଭ୍ ଜଣାପଡିବା ପରେ ଶନିବାର ଆଉ ରବିବାର ଦୁଇ ଦିନ ବିଶୋଧନ କରିବା ପାଇଁ ସ୍କୁଲ ବନ୍ଦ ରଖାଯାଇଥିଲା। 


Also Read: ୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ


ଏହାପରେ ସୋମବାର ଠାରୁ ପାଠପଢା ସ୍ବାଭାବିକ ହୋଇଛି। ବିଦ୍ୟାଳୟରେ ଆଉ ଯଦି କାହାର ଫ୍ଲୁ ଭଳି ଲକ୍ଷଣ ଦେଖାଦିଏ ତାହେଲେ କୋଭିଡ ଟେଷ୍ଟ କରାଯିବ ବୋଲି ବିଏମସି କମିଶନର (BMC Commission) ପ୍ରେମ ଚନ୍ଦ୍ର ଚୌଧରୀ (Prem Chandra Chowdhury) କହିଛନ୍ତି। ସେପଟେ କୌଣସି ଭୟ କରିବାର ଆବଶ୍ୟକତା ନାହିଁ। ସରକାରଙ୍କ ଏସଓପି ମୁତାବକ ପାଠପଢ଼ା ସୁରୁଖୁରୁରେ ଜାରି ରହିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି। ସରକାରଙ୍କ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ ବିନା ଭୟରେ ପାଠ ପଢୁଥିବା କହିଛନ୍ତି ଛାତ୍ରଛାତ୍ରୀ।


ଆଗାମୀ ବୋର୍ଡ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାସ୍ଥ୍ୟ ଯେତିକି ଜରୁରୀ ପାଠପଢା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ। ଭୟ କିମ୍ବା ବିଚଳିତ ନହୋଇ କୋରୋନା ମୁକାବିଲା ଲାଗି ଜାରି ସରକାର ଗାଇଡଲାଇନ୍ସ  ପାଳନ କରି ପାଠ ପଢିବା ଆବଶ୍ୟକ। ଅବସ୍ଥା ଦେଖି ସରକାରୀ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।