୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ
Advertisement
Article Detail0/zeeodisha/odisha844199

୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ

ଠିକଣା ସମୟରେ ସିଲାବସ ସାରିବାକୁ ସରକାର ଶହେ ଦିନିଆ (100 Days Study) କଣ୍ଟ ନିର୍ଦ୍ଧାରଣ କରିଛନ୍ତି। ଫଳରେ ରବିବାର ମଧ୍ୟ ପାଠପଢାଇବାକୁ ନିର୍ଦ୍ଦେଶ ଦିଆଯାଇଠି। ଛୁଟି ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶିକ୍ଷାନୁଷ୍ଠାନକୁ ଆସୁଛନ୍ତି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଧୀରେ ଧିରେ ସ୍ୱଭାବିକ ହେବାରେ ଲାଗିଛି କୋରୋନା କାଳରେ ଉଜୁଡି ଯାଇଥିବା ରାଜ୍ୟର ଶିକ୍ଷା ବ୍ୟବସ୍ଥା। ପର୍ଯ୍ୟୟକ୍ରମେ ଶ୍ରେଣୀକକ୍ଷ ବା କ୍ଲାସରୁମ ପାଠପଢା ଆରମ୍ଭ ହୋଇଗାଲାଣି। ଆଉ ଏବେ ଅଡୁଆରେ ପଡିଛି ସରକାର ଦେଇଥିବା ୧୦୦ ଦିନିଆ ପାଠପଢା କଣ୍ଟ। ରବିବାର କ୍ଲାସକୁ ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି। ଏଭଳି ପରିସ୍ଥିତିରେ ପିଲାଙ୍କ ସିଲାବସ କେମିତି ଶେଷହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଠିକଣା ସମୟରେ ସିଲାବସ ସାରିବାକୁ ସରକାର ଶହେ ଦିନିଆ (100 Days Study) କଣ୍ଟ ନିର୍ଦ୍ଧାରଣ କରିଛନ୍ତି। ଫଳରେ ରବିବାର ମଧ୍ୟ ପାଠପଢାଇବାକୁ ନିର୍ଦ୍ଦେଶ ଦିଆଯାଇଠି। ଛୁଟି ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶିକ୍ଷାନୁଷ୍ଠାନକୁ ଆସୁଛନ୍ତି। ପ୍ରାୟ ମାସେ ତଳେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏବେ ରବିବାର ପାଠପାଢାକୁ ନେଇ ଓଷ୍ଟା (OSSTA)ଆପତ୍ତି ଜଣାଇଛି। ଛୁଟିଦିନରେ ମଧ୍ୟ କାମ କରାଇବା ଦ୍ୱାରା ଶିକ୍ଷକଙ୍କ ମୌଳିକ ଅଧିକାର ଓ ଶ୍ରମ ଆଇନ ଉଲ୍ଲଙ୍ଘନ ହେଉଛି ବୋଲି ସଂଘ ଅଭିଯୋଗ କରିଛି।

Also Read: ଆଜିଠୁ ନବମ ଓ ଏକାଦଶ ପାଠପଢା, ଖୋଲିଲା ହଷ୍ଟେଲ

ଓଷ୍ଟା କହିବାନୁସାରେ, ନିର୍ଦ୍ଧାରିତ ସମୟରେ ସିଲାବସ ଶେଷ କରିବାକୁ ସରକାର ଶିକ୍ଷକମାନଙ୍କୁ ୧୦୦ ଦିନର ସମୟ ଦେଇଛନ୍ତି। ଆଉ ଶିକ୍ଷକମାନେ (Odisha Teachers)  ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛନ୍ତି। କିନ୍ତୁ ରବିବାର ଭଳି ଛୁଟିଦିନରେ (Sunday Class) ମଧ୍ୟ ଶିକ୍ଷକଙ୍କୁ କାମ କରାଇବା ଶିକ୍ଷକଙ୍କ ମୌଳିକ ଅଧିକାର (Fundamental Rights) ଓ ଶ୍ରମ ଆଇନ (Labor Law) ଉଲ୍ଲଙ୍ଘନ ହେଉଛି। ନିୟମ ଅନୁସାରେ ଜଣେ କର୍ମଚାରୀ ୬ ଦିନ କାମ କଲା ପରେ ଗୋଟିଏ ଦିନ ଛୁଟି ମିଳିବା କଥା। କିନ୍ତୁ ରବିବାର ପାଠପଢା ପାଇଁ ମାଧ୍ୟମିକ ସ୍କୁଲ ଶିକ୍ଷକ ସେଥିରୁ ବଞ୍ଛିତ ହେଉଛନ୍ତି। ଏପରି କି ଏଥିଯୋଗୁଁ ୧୮୮୬ରୁ ନିର୍ଦ୍ଧାରିତ ଶ୍ରମ ଆଇନମଧ୍ୟ ଉଲ୍ଲଙ୍ଘନ ହେଉଛି।

ସୋମବାରଠାରୁ ସକାଳ ୮ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କ୍ଲାସରୁମ ପାଠାପଢା (Classroom study) ହେବ। ଏଥିପାଇଁ ପର୍ଯ୍ୟାୟକ୍ରମେ ଶିକ୍ଷକଙ୍କୁ ସ୍କୁଲ ଆସିବାକୁ ସରକାର କହିଛନ୍ତି। କିନ୍ତୁ ଅନେକ ସ୍କୁଲ ଆବଶ୍ୟକୀୟ ଠାରୁ କମ ସଂଖ୍ୟକ ଶିକ୍ଷକ ଅଛନ୍ତି। ଏଭଳି କ୍ଷେତ୍ରରେ କିପରି ପାଠପଢା ହୋଇପାରିବ? ଯଦିଓ ଠିକା ଶିକ୍ଷକ ଓ ଡିଗ୍ରୀଧାରୀ ପ୍ରଥମିକ ଶିକ୍ଷକଙ୍କୁ ନିଯୁକ୍ତି କରିବାକୁ ସରକାର କକହିଛନ୍ତି। ତଥାପି ପ୍ରଧାନଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସାକାଳ ସାଢେ ୭ରୁ ଅପରାହ୍ଣ ପର୍ଯ୍ୟନ୍ତ ସ୍କୁଲରେ ରହିବାକୁ ପଡିବ। ଯାବା ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ (Mental Dealth) ଉପରେ ଚାପ ପକାଇବ ବୋଲି ମଧ୍ୟ ଓଷ୍ଟା କହିଛି।

Also Read: ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ

ବାରମ୍ୱାର ଓଷ୍ଟା ରବିବାର ପାଠପଢା ଓ ଶିକ୍ଷକଙ୍କ କାର୍ଯ୍ୟ ସମୟକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଶିକ୍ଷା ବିଭାଗ ତାହାକୁ ହାଲୁକା ଭାବେ ନେଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) କହିଛନ୍ତି ଯେ, ଏ ସମ୍ପର୍କରେ ଓଷ୍ଟା ସହ ଆଲୋଚନା କରାଯାଇଛି। କୋରୋନା (Corona virus) ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ତେଣୁ ତାହାକୁ ଟ୍ରାକକୁ ଆଣିବାକୁ ହେଲେ ଶିକ୍ଷକଙ୍କ ସହାୟତା ଆବଶ୍ୟକ। ଆଉ ସେମାନେ ତହାକୁ ସୁରୁଖୁରି ଭାବେ ସମ୍ପାଦନ କରୁଛନ୍ତି।