ଚଳିତ ବର୍ଷ ଏକ ନୂଆ ସ୍ବାଭାବିକ ପରିବେଶରେ ହଁ ନାହିଁ ମଧ୍ୟରେ ବିଦ୍ୟାଳୟ ଖୋଲିବା ପରେ ଏକ ନୂଆ ଆହ୍ବାନ ଭାବେ ୧୦୦ଦିନିଆ କଣ୍ଟରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ।
Trending Photos
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଚଳିତ ବର୍ଷ କୋଭିଡ କଟକଣାରେ ଜାନୁୟାରୀ ୮ ତାରିଖରୁ ବିଦ୍ୟାଳୟ ଖୋଲିବା ପରେ ଆଜି ପ୍ରଥମ ଥର ପାଇଁ ଅଭିଭାବକ-ଶିକ୍ଷକ ବୈଠକ ଆୟୋଜିତ ହୋଇଯାଇଛି। ହାଇସ୍କୁଲ ବାର୍ଷିକ ପରୀକ୍ଷାର ପ୍ରାକ୍ ପ୍ରସ୍ତୁତି ପାଇଁ କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହାକୁ ଆୟୋଜନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ପାଳନ କରି ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ବସିଥିଲା।
ପ୍ରାୟ ୨ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ବୈଠକରେ ମୁଖ୍ୟତଃ ୪ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି। ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ପ୍ରମୁଖ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଏଥିରେ ସାମିଲ ହୋଇଥିଲା। କୋଭିଡ କଟକଣା (Corona Restriction) ମଧ୍ୟରେ ବିଦ୍ୟାଳୟ ଖୋଲିବା ପରେ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ଏପରି ବୈଠକ ବସିଥିଲା। ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଏହି ବୈଠକ କରିବାକୁ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
Also Read: ୧୦୦ ଦିନିଆ କଣ୍ଟ ପାଇଁ ବଢିଲା ଅଡୁଆ
ଆୟୋଜିତ ବୈଠକରେ ମୁଖ୍ୟତଃ ୪ଟି ଏଜେଣ୍ଡା - ଶହେ ଦିନିଆ ପାଠପଢ଼ା, ପରୀକ୍ଷା ଦର୍ପଣ, କୋଭିଡ଼ ୧୯ ସଚେତନତା ଏବଂ ସ୍କୁଲର ସୁରକ୍ଷା ଓ ଉନ୍ନତି ଯୋଜନା ବିଷୟରେ ଆଲୋଚନା ହୋଇଛି। ପ୍ରାୟ ୨ ଘଣ୍ଟା କାଳ ସମ୍ମିଳିତ ଭାବେ ଏହାକୁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବିଭାଗୀୟ ମନ୍ତ୍ରୀ ରାଉରକେଲାସ୍ଥିତ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇଥିଲେ।
Also Read: ଆଜିଠୁ ନବମ ଓ ଏକାଦଶ ପାଠପଢା, ଖୋଲିଲା ହଷ୍ଟେଲ
ଚଳିତ ବର୍ଷ ଏକ ନୂଆ ସ୍ବାଭାବିକ ପରିବେଶରେ ହଁ ନାହିଁ ମଧ୍ୟରେ ବିଦ୍ୟାଳୟ ଖୋଲିବା ପରେ ଏକ ନୂଆ ଆହ୍ବାନ ଭାବେ ୧୦୦ଦିନିଆ କଣ୍ଟରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ। ବିଶେଷ କରି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ବୋଝ ହାଲୁକା କରିବା ପାଇଁ ପରୀକ୍ଷା ଦର୍ପଣ ଟେଷ୍ଟପେପର ସାଙ୍ଗକୁ ବହୁବିଧ ବ୍ୟବସ୍ଥା କରାଯାଉଛି। ଏଥିରେ କେବେଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହେଁ ବରଂ ଅଭିଭାବକଙ୍କ ସମପରିମାଣ ଦାୟିତ୍ବ ରହିଥିବାରୁ ସେମାନଙ୍କୁ ଏହି ବୈଠକରେ ଅବଗତ କରାଯାଇଛି।
ଏହି କ୍ରମରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଓ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ରାଜଧାନୀର କିଛି ବିଦ୍ୟାଳୟ ଗସ୍ତ କରି ବୈଠକରେ ସାମିଲ ହୋଇଥିଲେ। ମାଟ୍ରିକ ବୋର୍ଡ ପରୀକ୍ଷା ପିଲାମାନଙ୍କ କ୍ୟାରିୟରର ମାଇଲ ଖୁଣ୍ଟ। ଏହାକୁ ଅତିକ୍ରମ କରିବା ଲାଗି ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ ସାମୂହିକ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି।