Corporator ଭୂମିକାରେ Commissioner କମିଶନର, ରାଜାରାସ୍ତାରେ ଜନ ଶୁଣାଣୀ
Advertisement

Corporator ଭୂମିକାରେ Commissioner କମିଶନର, ରାଜାରାସ୍ତାରେ ଜନ ଶୁଣାଣୀ

ବିଏମସି ଅଧିନସ୍ଥ ସହିଦ ନଗର ୩୦ ନମ୍ବର ୱାର୍ଡର ସବୁ ଗଳିକନ୍ଦି ବୁଲି ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।

Corporator ଭୂମିକାରେ Commissioner କମିଶନର, ରାଜାରାସ୍ତାରେ ଜନ ଶୁଣାଣୀ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: କର୍ପୋରେଟର ଭୂମିକାରେ କମିଶନର। ରାଜ୍ୟରେ ପୈାର ନିର୍ବାଚନ ଝୁଲି ରହିଥିବା ବେଳେ ବିନା ଲୋକ ପ୍ରତିନିଧିରେ ଚାଲିଛି ପୌରସଂସ୍ଥା କାର୍ଯ୍ୟାଳୟ। ପୌର ପରିଷଦର ଦାୟୀତ୍ବ ଭାର ଏବେ କମିଶନରଙ୍କ ହାତରେ ରହିଛି। ଲୋକ ପ୍ରତିନିଧି କର୍ପୋରେଟର ଭୂମିକାରେ ୱାର୍ଡ ଓ୍ବାର୍ଡ ବୁଲି ସମସ୍ୟା ପରଖିଛନ୍ତି ବିଏମସି କମିଶନର। ମଙ୍ଗଳବାର ସହିଦନଗର ୩୦ ନମ୍ବର ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ରାସ୍ତାରେ ଜନଶୁଣାଣୀ କରିଛନ୍ତି।

ଗଳି ଗଳି ବୁଲିଲେ, ସମସ୍ୟା ବୁଝିଲେ ଆଉ ତୁରନ୍ତ ସମାଧାନ ପାଇଁ ନିର୍ଦେଶ ମଧ୍ୟ ଦେଲେ। ଏପରି କର୍ପୋରେଟର ଷ୍ଟାଇଲରେ ବୁଲୁଛନ୍ତି ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municpal Corporation-BMC) କମିଶନର ପ୍ରେମ ଚନ୍ଦ୍ର ଚୌଧରୀ (Commissioner Prem Chandra Chaudhary)। ରାସ୍ତାରେ ଅଭିଯୋଗର ଜନ ଶୁଣାଣି। 

Also Read: ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରାଜଧାନୀରେ ସାଇକ୍ଲୋଥନ

 

ବିଏମସି ଅଧିନସ୍ଥ ସହିଦ ନଗର ୩୦ ନମ୍ବର ୱାର୍ଡର ସବୁ ଗଳିକନ୍ଦି ବୁଲି ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରି ବିଶେଷ କରି ରାସ୍ତା, ଡ୍ରେନେଜ, ବିଦ୍ୟୁତ, ଲାଇଟ୍, ଜଳଯୋଗାଣ ବ୍ୟବସ୍ଥା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଛନ୍ତି। କଣ ସୁବିଧା ମିଳୁଛି କଣ ଅସୁବିଧା ହେଉଛି ସବୁ କଥାକୁ ଟିକିନିକ ବୁଝି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଗତ ୨ ବର୍ଷ ହେବ କର୍ପୋରେଟର କାର୍ଯ୍ୟକାଳ ଶେଷ ହୋଇଛି। ଫଳରେ ଜନପ୍ରତିନିଧି ନଥିବାରୁ ଅଭିଯୋଗ କରିବା ପାଇଁ ସମସ୍ୟା ଉପୁଜୁଛି। ଯାହାର ଫାଇଦା ନେଉଛନ୍ତି କିଛି ସଂସ୍ଥା। ରାସ୍ତା କାମ ହେଉ ଅଥବା ଡ୍ରେନେଜ କାମ ସବୁ ଅଧାପନ୍ତରିଆ ଭାବେ କାମ କାରି ଛାଡି ଯାଉଛନ୍ତି। ଫଳରେ ରାସ୍ତା ଖାଲଖମାରେ ଭରି ରହୁଛି। ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା। 

Also Read: ମଡେଲ ସହ ଶୀତତାପ ନିୟନ୍ତ୍ରିତ ହେବ ଡମଣା ହାଟ

 

ସହରରେ ଏସବୁ ମୌଳିକ ସମସ୍ୟାର ସମାଧାନ କେବେ ସୁଧୁରିବ ତାହାକୁ ରହିଛି ଅପେକ୍ଷା। କର୍ପୋରେଟରଙ୍କ ଭଳି କମିଶନରଙ୍କ ଏହି ପ୍ରତିଶୃତି ପ୍ରତାରଣା ନା ବାସ୍ତବତା ତାହା ସମୟ କହିବ।