ଖରା ଦେଖି ଛାନିଆ; ବଦଳିଲା ସ୍କୁଲ ସମୟ
Advertisement

ଖରା ଦେଖି ଛାନିଆ; ବଦଳିଲା ସ୍କୁଲ ସମୟ

ଏନେଇ ଆକଳନ କହୁଛି ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପାରଦ ଉର୍ଦ୍ଧ୍ୱ ମୁହାଁ ହେବାକୁ ଯାଉଛି। 

ଖରା ଦେଖି ଛାନିଆ; ବଦଳିଲା ସ୍କୁଲ ସମୟ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଶୀତ ଯାଉ ଯାଉ ଏବେ ଆସିଗଲାଣି ଖରା ଆଉ ଧିରେ ଧିରେ ବଢିଲାଣି ପାରା। କିଛି ଦିନ ପୂର୍ବେ ରାଜ୍ୟବାସୀଙ୍କୁ ଥରାଉଥିବା କାଠୁଆ ଜାଡ ବିଦାୟ ନେଉ ନେଉ ଏବେ ଖରା ତାଉ ଅନୁଭୂତ ହେଲାଣି। ଏବେ ଦିନର ତାପମାତ୍ରା ବଢିବା ଆରମ୍ଭ କଲାଣି। ଫେବୃଆରୀ ମାସ ନସରୁଣୁ ଏବେ ଠାରୁ ଡରାଇଲାଣି ତାତି। 

ଏନେଇ ଆକଳନ କହୁଛି ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପାରଦ ଉର୍ଦ୍ଧ୍ୱ ମୁହାଁ ହେବାକୁ ଯାଉଛି। ଆଉ ଏବେ ଠାରୁ ଉତ୍ତପ୍ତ ହୋଇଉଠିଲାଣି ରାଜଧାନୀ ଭୁବନେଶ୍ୱର। ସ୍ଥିତି ଏପରି ଏବେ ଠାରୁ ରାଜ୍ୟ ରାଜଧାନୀ ଉତ୍ତପ୍ତ କଡେଇରେ (Frying Pan) ପରିଣତ ହୋଇଛି। ଏଠାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। 

Also Read: ରାଜଧାନୀରେ ଜଳ ଯନ୍ତ୍ରଣା, ଅଚଳ Water ATM କେବେ ହେବ ସଚଳ?

ଶୁକ୍ରବାର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ରାଜଧାନୀ ଭୁବନେଶ୍ୱର। ଏଠାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଖରା ପାଇଁ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ନବମ-ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା, ଦଶମ-ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ। 

Also Read: ଗଲା ଶୀତ ଆସିଲା ଖରା, ଉପରକୁ ଉଠିଗଲା ପାରା

ଖରା ପାଇଁ ବଦଳିଛି ସ୍କୁଲ ସମୟ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଲେ ଅତିରିକ୍ତ ସଚିବ। ମାର୍ଚ୍ଚ ପହିଲାରୁ ଏହି ପରିବର୍ତ୍ତିତ ସମୟ ଲାଗୁ ହେବ। ସେପଟେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ଲାଗି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ଶିକ୍ଷାନୁଷ୍ଠାନରେ ସକାଳୁଆ ପାଠପଢା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆବଶ୍ୟକୀୟ ଜନଗହଳି ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ସହ ସଚେତନତା, ଅଂଶୁଘାତ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।