ପୃଥକ୍ ବାସ ସଚେତନତା; ଜାଣିରଖନ୍ତୁ କଣ ରହିଛି ସବୁ ନିୟମ?
Advertisement

ପୃଥକ୍ ବାସ ସଚେତନତା; ଜାଣିରଖନ୍ତୁ କଣ ରହିଛି ସବୁ ନିୟମ?

ଗୃହ ସଂଗରୋଧ ନିୟମ ମାନିବା ଅତ୍ୟନ୍ତ ଜରୁରୀ ।  ଅମାନିଆ ହେଲେ ନିଆଁ ଭଳି ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପୃଥକ୍ ବାସ ସଚେତନତା; ଜାଣିରଖନ୍ତୁ କଣ ରହିଛି ସବୁ ନିୟମ?

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ସଫେଇ ଗାଡ଼ିରେ ଆରମ୍ଭ ହେଲା ପୃଥକ୍ ବାସ ସଚେତନତା । କୋଭିଡ ପଜିଟିଭ୍ ବ୍ୟକ୍ତି ସଙ୍ଗରୋଧ ପୃଥକବାସ ନିମନ୍ତେ ରହିବାର ସ୍ବତନ୍ତ୍ର ସଚେତନତା ଗାଡି ବୁଲାଇଛି । ରାଜଧାନୀ ଭୁବନେଶ୍ବରରେ କୋଭିଡ଼ ସଂକ୍ରମଣ ଯୁକ୍ତ ହୋଇଥିବା ପ୍ରାୟ ୧୧ ହଜାର ମଧ୍ୟରୁ ୯୦ ପ୍ରତିଶତ ଊର୍ଦ୍ଧ୍ବ ଆଇସୋଲେନରେ ରହୁଛନ୍ତି । ତେଣୁ ଗୃହ ସଂଗରୋଧ ନିୟମ ମାନିବା ଅତ୍ୟନ୍ତ ଜରୁରୀ ।  ଅମାନିଆ ହେଲେ ନିଆଁ ଭଳି ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ବିଏମସିର ନିଦ ଭାଙ୍ଗିଲା, ବିଳମ୍ବରେ ଚେତା ପଶିଲା । ରାଜ୍ୟର ସର୍ବାଧିକ ଦୃତ ସଂକ୍ରମିତ ସ୍ଥାନ ଭୁବନେଶ୍ବରରେ କୋରୋନା ସଂକ୍ରମଣ ସଂଖ୍ୟା ଆରପାର୍ କରୁଥିବା ବେଳେ ଗୃହ ସଂଗରୋଧ ପାଇଁ ମାର୍ଗଦର୍ଶିକା ଜାରି କରିଛି ବିଏମସି । ରିପୋର୍ଟରୁ କୋଭିଡ଼ ପଜିଟିଭ୍ (Covid Positive) ଥିବା ଜଣାପଡ଼ିଲେ ବ୍ୟସ୍ତବିବ୍ରତ ନ ହୋଇ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୧୯୨୯ ଏବଂ ୧୦୪ କୁ ଫୋନ୍ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । 

Also Read: ଜନ୍ମଦିନ ସାରି ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ୭ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ନିୟମ ଅନୁସାରେ ପଜିଟିଭ୍ ବ୍ୟକ୍ତିବିଶେଷ ଯେଉଁମାନଙ୍କର ପ୍ରାୟତଃ ଲକ୍ଷଣ ନଥାଏ ବା ସ୍ଵଳ୍ପ ଲକ୍ଷଣ ଯୁକ୍ତ ସେମାନେ ଗୃହ ପୃଥକ୍‌ବାସରେ ରହି ନିଜସ୍ଵ କୋଭିଡ଼ ସ୍ଥିତିକୁ ମୁକାବିଲା କରିପାରିବେ । ସଂକ୍ରମିତ ବ୍ୟକ୍ତି ରହିବା ସ୍ଥାନଟି ବାୟୁ ଚଳାଚଳଯୁକ୍ତ ହୋଇ ବ୍ୟବହାର କରୁଥିବା ପୃଥକ୍ ପାଇଖାନା, ନିଜେ ଏବଂ ତାଙ୍କର ଯତ୍ନ ନେଉଥିବା ସଦସ୍ୟ ସୁରକ୍ଷିତ ରହିବା ପାଇଁ ମାସ୍କ (Mask) ପିନ୍ଧିବା ଜରୁରୀ । 

Also Read: ଆହୁରି କମିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ବର୍ତ୍ତମାନ ରାଜଧାନୀ (Bhubaneswar) ରେ କୋଭିଡ଼ ସଂକ୍ରମଣଯୁକ୍ତ ପ୍ରାୟ ୧୧ହଜାର ଥିବା ବେଳେ ସେଥିରୁ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଗୃହ ପୃଥକବାସରେ ରହୁଛନ୍ତି । ତେଣୁ ସଚେତନତାକୁ ଆହୁରି ତ୍ବାରାନ୍ବିତ କରି ବିଏମସିର ତିନୋଟି ମଣ୍ଡଳରେ ୧୨ ଟି ଲେଖାଏଁ ଆର୍.ଆର୍.ଟି ଟିମ୍ ରହି ସଂକ୍ରମିତ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଯୋଗାଯୋଗ କରି ଆବଶ୍ୟକୀୟ ସହାୟତା ଯୋଗାଉଛନ୍ତି । ଏସବୁ ବିଏମ୍‌ସିର ପ୍ରତ୍ୟେକ ୱାର୍ଡରେ ବୁଲି ବୁଲି ସ୍ଵଚ୍ଛତା ସଚେତନତା ଗାଡିରେ ପ୍ରଚାର ଆରମ୍ଭ କରାଯାଇଛି । ସେପଟେ ବିଶେଷଜ୍ଞଙ୍କ ମତ ନିୟମ ଖିଲାପ କଲେ ସୁନାମି ସଂକ୍ରମଣ ହେବ ।

Also Read:  ୨୮ରୁ ରାଜ୍ୟକୁ Cold wave ଚେତାବନୀ, ୟେଲୋ ୱାର୍ଣ୍ଣିଂ ଜାରି

ତେବେ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କର ଜ୍ଵର ଅଧିକ ହେବା, ନ ଛାଡ଼ିବା, ଅକ୍ସିଜେନ (Oxygen) ସାଚୁରେସନ୍ ୯୩ ତଳକୁ ଖସିବା, ମାନସିକ ସ୍ଥିତି ଠିକ୍ ନ ରହିବା ଇତ୍ୟାଦି ଦେଖାଦେଲେ ୧୦୪ କିମ୍ବା ୧୯୨୯ କୁ ଫୋନ୍ କରି ପରାମର୍ଶ ନେବାକୁ କୁହାଯାଇଛି ।