ଜନ୍ମଦିନ ସାରି ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ୭ ମେଡିକାଲ ଛାତ୍ରଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1079901

ଜନ୍ମଦିନ ସାରି ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ୭ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । 

ଜନ୍ମଦିନ ସାରି ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ୭ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଟି ଓଭର ବ୍ରିଜର ପୁଲରେ ପିଟି ହୋଇ ତଳକୁ ଖସିଯିବାରୁ ଘଟଣାସ୍ଥଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ବର୍ଦ୍ଧାର ସେସୁରା ନିକଟରେ ଘଟିଛି । କାର୍ ରେ ଥିବା ୭ ଜଣ ମେଡ଼ିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ଏକ ଜାଇଲୋ କାରରେ ଏହି ଛାତ୍ର ସବୁ ଥିଲେ । କାରର ବେଗ ଦ୍ରୁତଗତିରେ ଥିବାରୁ ପ୍ରଥମେ ରେଲିଂରେ ପିଟି ହୋଇ ପୋଲ (Bridge)  ତଳକୁ ଖସିପଡ଼ିଥିଲା । ଏହି ସବୁ ଛାତ୍ର ମାନେ ସେମାନଙ୍କ ମଧ୍ୟରୁ ଜଣଙ୍କର ଜନ୍ମଦିନ ପାଳନ କରି ଫେରୁଥିଲେ । ଏହି ମାମଲାକୁ ପୋଲିସ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଘଟଣା ବୋଲି ବିବେଚନା କରୁଛି । ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । 

Also Read: କାଳିଆ ଘରେ କଳଙ୍କ! ଦୁଇ ବର୍ଷୀୟା କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

ନ୍ୟୁଜ୍ ଏଜେନ୍ସି ANI ବର୍ଦ୍ଧା ଏସପି ପ୍ରଶାନ୍ତ ହୋଲକରଙ୍କ ଯୋଗାଯୋଗ କରିବା ପରେ  କହିଛି ଯେ ଗତକାଲି ରାତି ପ୍ରାୟ ୧୧.୩୦ ସମୟରେ ବିଜେପି ବିଧାୟକ (BJP MLA) ବିଜୟ ରହାଙ୍ଗଦେଲଙ୍କ ପୁଅ ଅଭିଷେକ ରହାଙ୍ଗଦେଲଙ୍କ ସମେତ ୭ ଜଣ ଛାତ୍ର ସେଲସୁରା ନିକଟସ୍ଥ ଏକ ବ୍ରିଜରୁ କାର ଖସିପଡି ମୃତ୍ୟୁ ବରଣ କରିଥିଲେ। ଏହି ସମସ୍ତ ଛାତ୍ରମାନେ ବାର୍ଦ୍ଧାକୁ ଯାଉଥିଲେ ।

Also Read: ଦମ୍ପତ୍ତିଙ୍କୁ ଦଶ ଲକ୍ଷର ଚୂନ ଲଗାଇଲେ ସାଇବର ଠକ, ବାହାରିଲା ଓଡ଼ିଶା ଲିଙ୍କ୍

ତେବେ ପୋଲିସ ଅଧିକାରୀଙ୍କ କହିବା କଥା, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ପୋଲର ସିମେଣ୍ଟ ପଲସ୍ତରା ମଧ୍ୟ ଭାଙ୍ଗି ଯାଇଛି। ଘଟଣାକୁ ଦେଖି ପ୍ରାଥମିକ ସ୍ତରରେ କୁହାଯାଇପାରିବ ଯେ, କାର୍ ଚଳାଉଥିବା ଛାତ୍ର ନିଜର ଭାରସାମ୍ୟ ହରାଇଦେଇଥିଲେ ଯାହା ଫଳରେ ସେ କାର୍ (Car Accident) ଟିକୁ ନିୟନ୍ତ୍ରଣ କରିପାରିନଥିଲେ।