September Holidays: ସେପ୍ଟେମ୍ବରରେ ରାଜ୍ୟରେ କେତେଦିନ ବନ୍ଦ ରହିବ ସ୍କୁଲ ଓ କଲେଜ୍, ଦେଖନ୍ତୁ ତାଲିକା
Advertisement

September Holidays: ସେପ୍ଟେମ୍ବରରେ ରାଜ୍ୟରେ କେତେଦିନ ବନ୍ଦ ରହିବ ସ୍କୁଲ ଓ କଲେଜ୍, ଦେଖନ୍ତୁ ତାଲିକା

Odisha School Holidays: ଆରମ୍ଭ ହେବାକୁ ଯାଉଛି ସେପ୍ଟେମ୍ବର ମାସ । ଏହି ମାସରେ ଗଣେଷ ଚତୁର୍ଥୀ ପଡୁଥିବାରୁ ଏହାର ଅର୍ଥ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ହେଲେ ମନରେ ପ୍ରଶ୍ନ ଏହି ମାସରେ କେତେ ଦିନ ବନ୍ଦ ରହିବ ସ୍କୁଲ କଲେଜ୍। ତେବେ ଦେଖନ୍ତୁ ପୂରା ରିପୋର୍ଟ...

 

September Holidays: ସେପ୍ଟେମ୍ବରରେ ରାଜ୍ୟରେ କେତେଦିନ ବନ୍ଦ ରହିବ ସ୍କୁଲ ଓ କଲେଜ୍, ଦେଖନ୍ତୁ ତାଲିକା

September School Holidays 2023: ଛୋଟପିଲା ହୁଅନ୍ତୁ ବା ବୟସ୍କ ଛୁଟି ଦିନ ପାଇଁ ସମସଙ୍କୁ ଅପେକ୍ଷା ରହିଥାଏ। ତେବେ ମାସରେ କିଛି ଟା ସରକାରୀ ଛୁଟି ରହିଥାଏ ଓ କିଛିଟା ବେସରକାରୀ ଛୁଟି ମଧ୍ୟ ରହିଥାଏ। ରବିବାର ଓ ଶନିବାର ଛୁଟି ରହିବା ସହ ମାସରେ କେତେଟା ପର୍ବପର୍ବାଣୀର ଛୁଟି ମଧ୍ୟ ରହିଥାଏ। ସେହିପରି ଯଦି ସେପ୍ଟେମ୍ବର କ୍ୟାଲେଣ୍ଡର ଦେଖିବା ତେବେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଲୋକମାନେ ଛୁଟିଦିନକୁ (School Holiday) ନଜରରେ ରଖି ନିଜର ଡେ ଟୁ ଡେ ପ୍ଲାନ କରିବା ସହ ଟ୍ରିପର ପ୍ଲାନ ମଧ୍ୟ କରିଥାନ୍ତି। 

ଆସନ୍ତାକାଲି ରୁ ଆରମ୍ଭ ହେବାକୁ ଯାଉଛି ୨୦୨୩ ମସିହାର ସେପ୍ଟେମ୍ବର ମାସ (September Holiday Calendar 2023)। କେବଳ ଯେ ଅଫିସ ତାହା ନୁହେଁ ଚାଲନ୍ତୁ ଜାଣିବା ରାଜ୍ୟରେ ସେପ୍ଟେମ୍ବର ମାସରେ କେତେ ଦିନ ସ୍କୁଲ ଛୁଟି ରହିବ। ଏହି ମାସରେ ଅନେକ ପର୍ବପର୍ବାଣୀ (Festivals in September 2023)ପଡୁଛି ତେବେ ସ୍କୁଲ ଓ କଲେଜ ପିଲାଙ୍କ ସହ ଅଭିଭାବକଙ୍କୁ ମଧ୍ୟ ଟିକେ ରିଲାକ୍ସ ମିଳିବାକୁ ଯାଉଛି। 

  • Holidays in September 2023: ଏହିସବୁ ପର୍ବପର୍ବାଣୀ ପାଇଁ ବନ୍ଦ ରହିବ ସ୍କୁଲ 
  • ଜନ୍ମାଷ୍ଟମୀ (Janmashtami 2023 Date) ୬ କିମ୍ବା ୭ ତାରିଖରେ  ଜନ୍ମାଷ୍ଟମୀ ପାଳନ କରାଯିବ। ତେବେ ଏହି ଛୁଟିକୁ ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥାଏ। 
  • ଗଣେଶ ଚତୁର୍ଥୀ ଅର୍ଥାତ୍ ବିଘ୍ନ ବିନାଶକଙ୍କ ପୂଜା(Ganesh Chaturthi 2023 Date)- ୧୯ ସେପ୍ଟେମ୍ବରରେ ପାଳନ ହେବ ଗଣେଶ ପୂଜା 
  • ମିଲାଦ-ଉନ-ନବୀ ବା ଇଦ୍ ଏ ମିଲାଦ ପଡୁଛି ୨୮ ସେପ୍ଟେମ୍ବର ୨୦୨୩, ସେହିପରି ଏହି ଛୁଟିକୁ ମଧ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥାଏ। 

ଏକଥା ସଭିଁଙ୍କୁ ଜଣା ଯେ, ଦେଶରେ ରବିବାର ସମସ୍ତ ସରକାରୀ କିଛିଟା ବେସରକାରୀ ଅଫିସ ବନ୍ଦ ରହିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥାଏ।  ସେପ୍ଟେମ୍ବର ୨୦୨୩ ରେ ୩, ୧୦, ୧୭ ଏବଂ ୨୪ ତାରିଖରେ ରବିବାର ପଡୁଛି। ସେହିପରି ଶନିବାର ଅନେକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛୁଟିଦିନ ଅଟେ, ଏବଂ କେତେକରେ ଦ୍ୱିତୀୟ ଶନିବାର କିମ୍ବା ଶେଷ ଶନିବାର ଦିନ ଏକ ଛୁଟିଦିନ ପାଳନ କରାଯାଏ। ଯଦି ଆପଣବି ସେପ୍ଟେମ୍ବରରେ କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି, ତେବେ ଆପଣ ୧୮ ସେପ୍ଟେମ୍ବର ସୋମବାରକୁ ଛୁଟିଦିନ ଭାବରେ ଗ୍ରହଣ କରି ଲମ୍ବା ସପ୍ତାହ ବା (Long Weekend) ଏନଞ୍ଜୟ କରିପାରିବେ।

ହେଲେ ଦେଶର ରାଜଧାନୀ ଦିଲ୍ଲୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ମାସରେ ଅତିରିକ୍ତ ଛୁଟି ମିଳିବ। କାରଣ, ଦିଲ୍ଲୀରେ ଜି 20 ସମ୍ମିଳନୀ (G 20 Summit in Delhi) ହେତୁ ସ୍କୁଲ ଏବଂ କଲେଜଗୁଡ଼ିକ ୮ ରୁ ୧୦ ସେପ୍ଟେମ୍ବର ଯାଏଁ ଛୁଟି ଘୋଷଣା କରାଯାଇଛି। ଶିକ୍ଷାନୁଷ୍ଠାନଗୁଡିକ ଦ୍ୱାରା ପ୍ରାପ୍ତ ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ । କିନ୍ତୁ କଲେଜଗୁଡ଼ିକ ଚାହିଁଲେ ଅନଲାଇନ୍ କ୍ଲାସ୍ ଚଳାଇ ପାରିବେ। 

Also Read: Weather Update: ଗୁଳୁଗୁଳିରୁ ମିଳିବ ତ୍ରାହି! ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Also Read: OIL Price: ୩୧ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି କଚ୍ଚା ତେଲ, କିନ୍ତୁ ଦର ଖସାଉ ନାହାନ୍ତି ମୁନାଫାଖୋର ତୈଳକମ୍ପାନୀ