ଆସନ୍ତା ଜାନୁଆରୀ ୪ରୁ ଜମିବ ଶିଶିର ସରସ ମେଳା
Advertisement

ଆସନ୍ତା ଜାନୁଆରୀ ୪ରୁ ଜମିବ ଶିଶିର ସରସ ମେଳା

ଆସନ୍ତା ଜାନୁଆରୀ ୪ରୁ ଜମିବ ଶିଶିର ସରସ ମେଳା । ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ଶିଶିର ସରସ ମେଳା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୪ରୁ ଜମିବ ଶିଶିର ସରସ ମେଳା । ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ଶିଶିର ସରସ ମେଳା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୪ ତାରିଖରୁ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ହେବାକୁ ଯାଉଥିବା ଏହି ମେଳାରେ ମିନି ଇଣ୍ଡିଆ ବଜାର ସଦୃଶ ଦେଶର ୨୫ଟି ରାଜ୍ୟ ସମେତ ଓଡିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ ଉତ୍ପାଦନକାରୀ ପ୍ରତିନିଧି ଯୋଗ ଦେବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ୍ ପକ୍ଷରୁ ପ୍ରତିବର୍ଷ ଏହି ମେଳାର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ୧୧ ଦିନ ବ୍ୟାପି ଜାନୁଆରୀ ୪ରୁ ୧୪ ତାରିଖ ଯାଏଁ ଚାଲିବ । ଏଥିରେ ୩୦୦ ଷ୍ଟଲରୁ ଅଧିକ ସ୍ଥାନ ପାଇବ । ରାଜ୍ୟର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏଥରେ ସାମିଲ ହୋଇ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରିବଟା ଓ ପ୍ରଦର୍ଶନ କରିବେ । ଏହାସହ ମେଳାକୁ ପରିଷ୍କାର ରଖିବା ଏବଂ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ରଖିବାକୁ ଦୃଷ୍ଟି ଦିଆଯାଇଛି ।

ଏହି ମେଳାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତ୍ତର ପ୍ରଦେଶ ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ ଟସର, କପଡା ଓ ଲୁଗା ଆଦି ବିଭିନ୍ନ ରାଜ୍ୟର ସାମଗ୍ରୀ ଦେଖିବାକୁ ମିଳିବ । ଏଥର ମେଳାରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କ ଉଦ୍ୟୋଗ ଆଧାରରେ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ୧୨ଟି ଷ୍ଟଲକୁ ନେଇ ଫୁଡ କୋର୍ଟ ଓ ସାଂସ୍କୃତିକ ଓ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଗତ ବର୍ଷ ୧୪ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।

ଆହୁରି ପଢନ୍ତୁ; ଆରମ୍ଭରୁ କେମିତି ଥିଲା ଆମ ଡାକ ବ୍ୟବସ୍ଥା ? ଏଥର କହିବ ରାଜ୍ୟ ସଂଗ୍ରହାଳୟ