Odisha ମୁହାଁହେଉଛି Monsoon; ପ୍ରବଳ ବର୍ଷା ନେଇ ସତର୍କତା ଜାରି
Advertisement

Odisha ମୁହାଁହେଉଛି Monsoon; ପ୍ରବଳ ବର୍ଷା ନେଇ ସତର୍କତା ଜାରି

ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ୧୦-୧୪ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Odisha ମୁହାଁହେଉଛି Monsoon; ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ପାଖେଇ ଆସୁଛି ମୌସୁମୀ। ଆସନ୍ତା ୩ ଦିନ ମଧ୍ୟରେ ଓଡିଶା ଛୁଇଁବ ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର  କିଛି ଅଂଶରେ  ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହା ସହ ଆସନ୍ତା ୧୧ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଯାହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ (South-West Monsoon) ଓଡିଶା (Odisha) ଆଡକୁ ଟାଣିବାରେ ସହାୟକ ହେବ। ଏହା ସହ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ୧୦-୧୪ ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ସହ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ (Thunderstorm) ପ୍ରଭାବରେ ଘଡଘଡି ବର୍ଷା (Lightning) ପବନ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ କେନ୍ଦ୍ର (Metrological Centre)।

Also Read: ଆଗକୁ Low Pressure; ପ୍ରବଳ ବର୍ଷା ନେଇ ୮ ଜିଲ୍ଲା ପାଇଁ Orange Alert ଜାରି

ଏହା ସହିତ ୧୧ ତାରିଖରେ ୧୭ ଜିଲାରେ ବର୍ଷା ନେଇ ୟେଲୋ ଆଲର୍ଟ (Yellow Alert), ୧୨ ତାରିଖରେ ୧୨ ଜିଲା, ୧୩ ତାରିଖରେ ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Torrential Rain) ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି କରିଛି କେନ୍ଦ୍ର। ସେହିପରି ୧୦ ତାରିଖରୁ ସମୁଦ୍ରକୁ ନଯିବାକୁ ପାଇଁ ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରାଯାଇଛି।