୩ ଦିନରେ ଦେଶ ଛାଡିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
Advertisement

୩ ଦିନରେ ଦେଶ ଛାଡିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ସେପଟେ ଆସନ୍ତା ୫ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରୀ ବର୍ଷା ନେଇ ସତର୍କ ସୂଚନା ନାହିଁ। 

୩ ଦିନରେ ଦେଶ ଛାଡିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଫେରୁଛି ମୌସୁମୀ, ୩ ଦିନରେ ଛାଡିବ ଦେଶ। ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ (South-West Monsson) ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ତିନି ଦିନ ମଧ୍ୟରେ ସାରା ଦେଶରୁ ଫେରିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଉତ୍ତର ଆରବ ସାଗର (Arabian Sea) ଅଞ୍ଚଳ, ଝାଡଖଣ୍ଡ (jharkhand), ଛତିଶଗଡ (Chhattisgarh), ମଧ୍ୟ ପ୍ରଦେଶ (Madhya Pradesh), ଗୁଜରାଟ (Gujarat) ରାଜ୍ୟର ବଳକା ସ୍ଥାନରୁ ମୌସୁମୀ ବାୟୁ ବାହୁଡିବା ନେଇ ପାଗ ଅନୂକୁଳ ରହିଛି। 

ଏହାସହ କେନ୍ଦ୍ରୀୟ ଆରବ ସାଗର (Central Arabianb Sea), ଉତ୍ତର ମହାରାଷ୍ଟ୍ର (Northern Maharastra), ଓଡିଶା (Odisha) ର କିଛି ଅଂଶରୁ ପ୍ରତ୍ୟାହାର ନେଇ ପାଗ ଅନୂକୁଳ ରହିଛି। ଏହା ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ସାରା ଦେଶରୁ ଚଳିତ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଫେରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

ସେପଟେ ଆସନ୍ତା ୫ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରୀ ବର୍ଷା ନେଇ ସତର୍କ ସୂଚନା ନାହିଁ। ମସ୍ତ୍ର୍ୟଜୀବୀ ଓ କୃଷକଙ୍କ ପାଇଁ ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ (Warning) ଜାରି ହୋଇନାହିଁ।  ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ କେବଳ ଉପକୂଳ ଓଡିଶା ସମେତ ମୟୂରଭଞ୍ଜ (Mayurbhanj) ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାରେ ପାଗ ପ୍ରାୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।