ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଓ ସାବୁନ ବ୍ୟବହାର କରିବାରୁ ଛାତ୍ରଙ୍କ ସହ କଲେ ଏପରି କାମ...
Advertisement

ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଓ ସାବୁନ ବ୍ୟବହାର କରିବାରୁ ଛାତ୍ରଙ୍କ ସହ କଲେ ଏପରି କାମ...

ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଓ ସାବୁନ ବ୍ୟବହାର କରି ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଭୋଗିବାକୁ ପଡ଼ିଛି ଦଣ୍ଡ 

ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଓ ସାବୁନ ବ୍ୟବହାର କରିବାରୁ ଛାତ୍ରଙ୍କ ସହ କଲେ ଏପରି କାମ...

ଯସ୍ମିନ ରେଖା ମହାନ୍ତ, ଭୁବନେଶ୍ୱର:  ଶିକ୍ଷୟିତ୍ରୀଙ୍କ ଅମାନୁଷିକ କାଣ୍ଡ । ଶିକ୍ଷୟିତ୍ରୀଙ୍କ ପାଣି ବୋତଲ ଓ ସାବୁନ ବ୍ୟବହାର କରିବାରୁ ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଦଣ୍ଡ ଭୋଗିବାକୁ ପଡିଛି  ।  ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ଗାଁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ।  ଏନେଇ ହଷ୍ଟେଲ ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ହଷ୍ଟେଲରେ ରହି ପାଠ ପଢୁଥିବା ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରମାନେ ସ୍କୁଲର ଖେଳ ସମୟରେ  ସାବୁନ ନଥିବାରୁ ଉକ୍ତ ଶିକ୍ଷୟିତ୍ରୀଙ୍କ ସାବୁନକୁ ଆଣି ନିଜ ନିଜ ବାସନ ସଫା କରିଥିଲେ ଏବଂ କିଛି ଛାତ୍ର ଶିକ୍ଷୟିତ୍ରୀଙ୍କ ପାଣି ବୋତଲରୁ ପାଣି ପିଇଥିଲେ ଏହାକୁ ଦେଖି ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ଉତକ୍ଷୀପ୍ତ ହୋଇ ବେତ ଆଣି  ଛାତ୍ରମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହାକୁ ନେଇ ସ୍କୁଲ ସଭାପତି ଯୁଦ୍ଧିଷ୍ଟର ଗୌଡ଼ଙ୍କୁ ଜଣାଇଥିଲେ । ସଭାପତି ସ୍କୁଲକୁ ଯାଇ ତଦନ୍ତ କରିବାରୁ ସମ୍ପୃକ୍ତ ଶିକ୍ଷୟିତ୍ରୀ କ୍ଷମା ମାଗିଥିବା ବିଦ୍ୟାଳୟ ସଭାପତି କହିଛନ୍ତି । ଘଟଣା ସମ୍ପର୍କରେ ବୁଝିବା ପରେ ଶିକ୍ଷୟିତ୍ରୀ ଜଣଙ୍କ ଭୁଲ କରିଥିବା ଜାଣିବାକୁ ପାଇଥିଲେ । ଏବଂ ଏ ବାବଦରେ  ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇ ଦେଇଛି ବୋଲି କହିଥିଲେ ପ୍ରଧାନ ଶିକ୍ଷକ । ସେପଟେ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ମାଡ଼ ମାରିଥିବା ନିଜ ଦୋଷ ସ୍ୱୀକାର କରିବା ସହ  ସେ ଭୁଲ କରିଥିବା ମାନିଥିଲେ ।