ସୁରଙ୍କ ତୁଣ୍ଡର ଟାଣୁଆ ବାଣୀ: ପାଣ୍ଡିଆନ ତମେ କି ଭାଗ୍ୟ ପାଇଛ ହୋ....
Advertisement

ସୁରଙ୍କ ତୁଣ୍ଡର ଟାଣୁଆ ବାଣୀ: ପାଣ୍ଡିଆନ ତମେ କି ଭାଗ୍ୟ ପାଇଛ ହୋ....

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ସର୍ଭେ କରିଥିଲା ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି । ଏହି ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ସବୁଠାରୁ ଭଲ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ (Chief Minister) ବୋଲି ଦର୍ଶାଇଥିଲା । ଯାହାକୁ ନେଇ ବିଜେଡ଼ି (BJD)କ୍ୟାମ୍ପରେ ବେଶ ଉତ୍ସାହ ଭରି ଯାଇଥିଲା । 

ସୁରଙ୍କ ତୁଣ୍ଡର ଟାଣୁଆ ବାଣୀ: ପାଣ୍ଡିଆନ ତମେ କି ଭାଗ୍ୟ ପାଇଛ ହୋ....

ଭୁବନେଶ୍ୱର: ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ସର୍ଭେ କରିଥିଲା ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି । ଏହି ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ସବୁଠାରୁ ଭଲ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ (Chief Minister) ବୋଲି ଦର୍ଶାଇଥିଲା । ଯାହାକୁ ନେଇ ବିଜେଡ଼ି (BJD)କ୍ୟାମ୍ପରେ ବେଶ ଉତ୍ସାହ ଭରି ଯାଇଥିଲା । କିନ୍ତୁ ଏହି ସର୍ଭେ ରିପୋର୍ଟକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । 

ଅଧିକ ପଢନ୍ତୁ: ଚୀନରେ ଚିନ୍ତା ବଢାଉଛି କୋରୋନାର ନୂଆ ଷ୍ଟ୍ରେନ, ନିର୍ମାଣ ହେଉଛି ୩ ହଜାର ରୁମ ବିଶିଷ୍ଟ କ୍ୱାରେଣ୍ଟାଇନ ସେଣ୍ଟର

ଏହି କ୍ରମରେ କଂଗ୍ରେସ (Congress) ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ (Suresh Chandra Routray) କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସୁର ରାଉତରାୟ (Sura Routray) କହିଛନ୍ତି କି, ନବୀନଙ୍କ (Naveen Patnaik) ଶାସନକାଳରେ ଓଡ଼ିଶା ଦୁର୍ନିତୀରେ ବୁଡ଼ିଛି । ଶାସନ କାଳରେ ଓଡ଼ିଶା ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରିଛି । ଓଡ଼ିଶା ବର୍ତ୍ତମାନ ଋଣ ଭାରରେ ବୁଡ଼ି ରହିଛି । ରାଜ୍ୟରେ କୁନ୍ଦୁଲି, ପରୀ ଭଳି କାହାଣୀ ଅନେକ ଘଟୁଛି । ଗଦା ଗଦା ଅପରାଧ ଘଟୁଛି ବୋଲି ସୁର ରାଉତରାୟ କହିଥିଲେ । 

ଅଧିକ ପଢନ୍ତୁ: ୧୯୬୫ରୁ ବିଶ୍ୱରେ ରହି ଆସିଛି କୋରୋନା ଭାଇରସ

ସୁର ଆହୁରି ମଧ୍ୟ କହିଥିଲେ କି ନବୀନ ବାବୁ ତମେ ୯ ମାସ ହେବ ଘରୁ ବାହାରିନ । ରାଜ୍ୟରେ କଣ ଘଟୁଛି କିଛି ଜାଣୁନ । ରାଜ୍ୟର ସ୍ଥାନ ବାହାର ଲୋକଙ୍କ ବିକ୍ରି ହେଇଯାଉଛି । ନିଜ ରାଜ୍ୟକୁ ବଞ୍ଚାଇବା ପାଇଁ ଆମକୁ ଆନ୍ଦୋଳନ କରିବାକୁ ହେଉଛି । ଲୋକ ପ୍ରତିନିଧିମାନେ ତୁମକୁ ଦେଖା କରିପାରୁନାହାନ୍ତି । ଦେଖା କରିବାକୁ ହେଲେ ପାଣ୍ଡିଆନ ବାବୁଙ୍କ ଅନୁମତି ଲୋଡ଼ା ପଡ଼ୁଛି । ବିଧାୟକ ଦଳର ନେତା ପ୍ରଦିପ୍ତ ନାୟକଙ୍କ ସ୍ଥାନ ଉପରେ ମଧ୍ୟ ଆପଣଙ୍କ ସ୍ଥାନ। ଏହି ସମୟରେ କୌତୁହଳପୂର୍ଣ୍ଣ ଢଙ୍ଗରେ କହିଥିଲେ କି ପାଣ୍ଡିଆନ ବାବୁ ଆପଣ କି ଭାଗ୍ୟ କରିଛନ୍ତି । ଓଃ.. ବହୁ ଉପରେ ନିଜର କ୍ଷମତାକୁ ରଖିଛ। ଏହା ଶୁଣି ସେଠାରେ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏକ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।