ଆଜି Swiggy ରୁ କରନ୍ତୁନି ଖାଇବା ଅର୍ଡର !
Advertisement

ଆଜି Swiggy ରୁ କରନ୍ତୁନି ଖାଇବା ଅର୍ଡର !

ବିଶେଷ କରି ସାପ୍ତାହିକ ଓ ମାସିକ ଇନସେନଟିଭ୍, ତେଲ ବାବଦକୁ ଆବଶ୍ୟକୀୟ ଟଙ୍କା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଦେବାକୁ ମଧ୍ୟ ଦାବି କରାଯାଇଛି । 

ଆଜି Swiggy ରୁ କରନ୍ତୁନି ଖାଇବା ଅର୍ଡର !

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ବର:  ଧାରଣାରେ ଅନଲାଇନ ଫୁଡ୍ ଡେଲିଭରି ସ୍ୱିଗି କର୍ମଚାରୀ । ବିଭିନ୍ନ ଦାବି ନେଇ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି କର୍ମଚାରୀ । ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । 

କୋଭିଡ (Covid) ସମୟରେ ଡ୍ୟୁଟି କରି ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଏବେ ଯାଏଁ ପୂରଣ ହୋଇପାରିଲାନି। ତେବେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଯଥାଶୀଘ୍ର ପୂରଣ କରିବାକୁ ଦାବି କରିଛନ୍ତି ଧାରଣାରତ କର୍ମଚାରୀ । ବିଶେଷ କରି ସାପ୍ତାହିକ ଓ ମାସିକ ଇନସେନଟିଭ୍ (Incentive), ତେଲ ବାବଦକୁ ଆବଶ୍ୟକୀୟ ଟଙ୍କା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଦେବାକୁ ମଧ୍ୟ ଦାବି କରାଯାଇଛି। 

Also Read:Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍

ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କରିବା ପରେ ପ୍ରତିଶ୍ରୁତି ଦେଇ ଦାବି ପୂରଣ କରିନଥିବା ଡେଲିଭରୀ ବୟ (Delivery Boy) କହିଛନ୍ତି । ସେଥିପାଇଁ ଦାବି ପୂରଣ କରିବା ଦାବି ନେଇ ଆଜି ଭୁବନେଶ୍ବର (Bhubaneswar) ଆଞ୍ଚଳିକ କାର୍ଯ୍ୟାଳୟରେ ଧାରଣା ଦେଇଥିବା ସୂଚନା ରହିଛି ।

Also Read: ଦୁର୍ନିତୀଖୋର ସରକାରୀ ବଡ ବଡିଆ ବାବୁଙ୍କୁ କିଏ ଯୋଗାଉଛି ସୁରକ୍ଷା?

ସୂଚନାନୁସାରେ, ହାତ ପାହାନ୍ତାରେ ଏବେ ସବୁକିଛି । ଗୋଟିଏ କ୍ଲିକରେ ଘର ଦୁଆରେ ପହଞ୍ଚିଯାଏ ଖାଦ୍ୟ ସାମଗ୍ରୀ ଓ ପ୍ରସ୍ତୁତ ହୋଇରହିଥିବା ଖାଦ୍ୟ । ବାସ୍ ପେମେଣ୍ଟ କର ଆଉ ଆପଣ ଚାହୁଁଥିବା ସବୁ ଜିନିଷ ପହଞ୍ଚିଯିବ ଆପଣଙ୍କ ଘରେ । ତେବେ ଅନଲାଇନ ଫୁଡ୍ ଡେଲିଭରୀ ଆପ୍  (Online food delivery App) ମଧ୍ୟରେ ଏବେ ବେଶ ଲୋକପ୍ରିୟତା ହାସଲ କରିଛି ସ୍ୱିଗୀ (Swiggy) । ତେବେ ଏହି ଧାରଣା ପାଇଁ ଆଜି ଏହି ଆପ୍ ଜରିଆରେ ଖାଇବା ଅର୍ଡର କରିଥିବା ଲୋକ କିଛିଟା ମାତ୍ରାରେ ପ୍ରଭାବିତ ହୋଇଥିବେ ନିଶ୍ଚୟେ...

Edited: Zee Odisha Desk