ଏହି ସବୁ ଅଭ୍ୟାସ କାରଣରୁ ହୋଇଥାଏ କିଡନୀ ଖରାପ
Advertisement
Article Detail0/zeeodisha/odisha599682

ଏହି ସବୁ ଅଭ୍ୟାସ କାରଣରୁ ହୋଇଥାଏ କିଡନୀ ଖରାପ

ଏହାର ମୁଖ୍ୟ କାମ ହେଉଛି ରକ୍ତକୁ ବିଶୁଦ୍ଧ କରିବା । କିଡନୀ ଜନିତ ସମସ୍ୟା ଦେଖାଦେଲେ ଶରୀରର ପ୍ରତ୍ୟେକ ଅଙ୍ଗରେ ସଠିକ ମୁତାବକ ରକ୍ତ ମିଳିନଥାଏ । ବାନ୍ତି, ପାଦ ଗୋଇଠି ଫୁଲିବା, ହାଲିଆ ଲାଗିବା ଶରୀର କୁଣ୍ଡାଇ ହବା ଏହି ରୋଗର ପ୍ରାଥମିକ ଲକ୍ଷଣ ।

 ଏହି ସବୁ ଅଭ୍ୟାସ କାରଣରୁ ହୋଇଥାଏ କିଡନୀ ଖରାପ

 ଭୁବନେଶ୍ୱର: କିଡନୀ ହେଉଛି ଆମ ଶରୀରର ଏକ ପ୍ରମୁଖ ଅଙ୍ଗ । ଏହାର ମୁଖ୍ୟ କାମ ହେଉଛି ରକ୍ତକୁ ବିଶୁଦ୍ଧ କରିବା । କିଡନୀ ଜନିତ ସମସ୍ୟା ଦେଖାଦେଲେ ଶରୀରର ପ୍ରତ୍ୟେକ ଅଙ୍ଗରେ ସଠିକ ମୁତାବକ ରକ୍ତ ମିଳିନଥାଏ । ବାନ୍ତି, ପାଦ ଗୋଇଠି ଫୁଲିବା, ହାଲିଆ ଲାଗିବା ଶରୀର କୁଣ୍ଡାଇ ହବା ଏହି ରୋଗର ପ୍ରାଥମିକ ଲକ୍ଷଣ । ଏଭଳି ଲକ୍ଷଣ ଦେଖାଯିବା ମାତ୍ରେ ବିଳମ୍ବ ନକରି କିଡନୀ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଦରକାର । ପ୍ରାଥମିକ ସ୍ତରରେ ଏହି ସମସ୍ୟାରୁ ମୁକ୍ତି ପାଇବାର ସମ୍ଭାବନା ଥାଏ ମାତ୍ର ଏହା ଜଟିଳ ଆକାର ଧାରଣ କଲେ ଚିକିତ୍ସା ବ୍ୟୟବହୁଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ କାମ କଲେ କିଡ଼ନୀ ଜନିତ ସମସ୍ୟା ଦେଖା ଦିଏ ।

fallback- ଅଧିକ ପେନକିଲର ଖାଇବା ଦ୍ୱାରା କିଡନୀର କୋଷ ଗୁଡିକ ଖରାପ ହୋଇଯାଇଥାଏ ଫଳରେ ଏହାର କୁପ୍ରଭାବ କିଡନୀ ଉପରେ ପଡିଥାଏ ।
- ଅଧିକ ଲୁଣ ଜାତୀୟ ଖାଦ୍ୟ କିଡ଼ନୀ ଉପରେ ପ୍ରଭାବ ପକାଏ ।
- ପାଣି ପିଇବା ଶରୀର ଲାଗି ଭଲ କିନ୍ତୁ ଅତ୍ୟଧିକ ମାତ୍ରାରେ ପାଣି ପିଅନ୍ତୁ ନାହିଁ । ଏହା  କିଡ଼ନୀ  ସମସ୍ୟା ଉପୁଜାଏ ।
- ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ।
- ସିଗାରେଟ, ମଦ ଅଭ୍ୟାସ ଛାଡ଼ନ୍ତୁ । ଏହା  କିଡନୀ ଖରାପ ହେବାର ମୁଖ୍ୟ କାରଣ ।
- ପ୍ରତିଦିନ ବ୍ୟାୟାମ କରନ୍ତୁ  । ଏହା  କିଡନୀକୁ ସୁସ୍ଥ ରଖିବା ସହ ବାକି  ଅଙ୍ଗକୁ ଫିଟ ରଖିଥାଏ ।