ବସ୍ତି ଶିଶୁଙ୍କ ବିଜ୍ଞାନ ମେଳା
Advertisement
Article Detail0/zeeodisha/odisha617557

ବସ୍ତି ଶିଶୁଙ୍କ ବିଜ୍ଞାନ ମେଳା

 ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର ବିକାଶ ଲକ୍ଷ୍ୟରେ ଏହାକୁ ପ୍ରତିବର୍ଷ ସଂଗଠନ ପକ୍ଷରୁ ଆୟୋଜନ କରାଯାଉଛି 

ବସ୍ତି ଶିଶୁଙ୍କ ବିଜ୍ଞାନ ମେଳା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର:  ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ଶିଶୁ ବିଜ୍ଞାନ ମେଳାର ସପ୍ତମ ସଂସ୍କରଣ ପୁରୁଣା ଭୁବନେଶ୍ବର ସ୍ଥିତ ସଂଗଠନର କାର୍ଯ୍ୟାଳୟରେ ଉଦଘାଟିତ ହୋଇଛି । ଏହି ମେଳାରେ ଭୁବନେଶ୍ବରର ବିଭିନ୍ନ ବସ୍ତି ଶିଶୁ ଯୋଗ ଦେଇ ନାନା ପ୍ରକଳ୍ପ ମାନ ପ୍ରଦର୍ଶନ କରିଛନ୍ତି ।

ଭୁବନେଶ୍ବରର ପ୍ରାୟ ୭୦ଟି ବସ୍ତିର ୧୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଏଠାରେ ସେମାନଙ୍କ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ବିଷୟ ବସ୍ତୁକୁ ନେଇ ଛାତ୍ରଛାତ୍ରୀ ମାନେ ୭୦ ରୁ ଅଧିକା ପ୍ରକଳ୍ପ ପ୍ରଦର୍ଶନ କରିବା ସହ ଦର୍ଶକଙ୍କୁ ସେମାନଙ୍କ ଉପାଦେୟତ ସଂପର୍କରେ ବୁଝାଇଛନ୍ତି ।ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରର ବିକାଶ ଲକ୍ଷ୍ୟରେ ଏହାକୁ ପ୍ରତିବର୍ଷ ସଂଗଠନ ପକ୍ଷରୁ ଆୟୋଜନ କରାଯାଉଛି । ବିଶେଷ କରି ବସ୍ତି ଶିଶୁ ମାନଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଗ୍ରହ ସୃଷ୍ଟି କରି ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଉଥିବା ରୁଚିକା ସମାଜ ମଙ୍ଗଳ ସଂଗଠନର ପରିଚାଳକ ବେଣୁଧର ସେନାପତି କହିଛନ୍ତି ।ଏହି ମେଳା ଆସନ୍ତକାଲି ଉଦଯାପନ ହେବ ।