IND vs SL 1st T20: ଭାରତ-ଶ୍ରୀଲଙ୍କା ମ୍ୟାଚ୍ ପୂର୍ବରୁ ଆସିଲା ଦୁଃଖଦ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି
Advertisement
Article Detail0/zeeodisha/odisha2354850

IND vs SL 1st T20: ଭାରତ-ଶ୍ରୀଲଙ୍କା ମ୍ୟାଚ୍ ପୂର୍ବରୁ ଆସିଲା ଦୁଃଖଦ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି

IND vs SL 1st T20: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଶନିବାର ଦିନ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଦଳ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି।

 

IND vs SL 1st T20 (Photo: BCCI)

Binura Fernando hospitalized: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ର ପ୍ରଥମ ମ୍ୟାଚ୍ ଶନିବାର ଦିନ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ଦ୍ରୁତ ବୋଲର ବିନୁରା ଫର୍ନାଣ୍ଡୋଙ୍କ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସେ ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି। ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିବାବେଳେ ସେ ଲେଖିଛନ୍ତି, 'ବିନୁରା ଫର୍ନାଣ୍ଡୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଛାତିରେ ସଂକ୍ରମଣ ହୋଇଥିଲା। ଷ୍ଟାଣ୍ଡବାୟ ଖେଳାଳି ଭାବରେ ଦଳରେ ରମେଶ ମେଣ୍ଡିସଙ୍କୁ ସାମିଲ କରାଯାଇଛି।

fallback
ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା ଅନେକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଙ୍ଗୁଠିରେ ଆଘାତ ଲାଥିବାରୁ ଦଳର ଷ୍ଟାର ଫାଷ୍ଟ ବୋଲର ନୁୱାନ ତୁଷାରାଙ୍କୁ ଏହି ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି। ଅଭ୍ୟାସ ଅଧିବେଶନରେ ସେ ଆହତ ହୋଇଥିଲେ। ଟିମ୍ ମ୍ୟାନେଜରଙ୍କ ଦ୍ୱାରା ନୁୱାନ୍ ତୁଷାରାଙ୍କ ଆଘାତ ନିଶ୍ଚିତ ହୋଇଥିଲା। ଏହାପୂର୍ବରୁ ଦୁଷ୍ମାନ୍ଥା ଚାମିରା ମଧ୍ୟ ଭାରତ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଥିଲେ।

ଶ୍ରୀଲଙ୍କା ଦଳ:

ଦୀନେଶ ଚାନ୍ଦିମାଲ, ଅଭିସ୍କା ଫର୍ନାଣ୍ଡୋ, କୁସାଲ ମେଣ୍ଡିସ (ୱିକେଟ କିପର), ପଥୁମ ନିସଙ୍କା, କୁସାଲ ପରେରା, ଚାରିଥ ଆସାଲଙ୍କା (ଅଧିନାୟକ), ୱାନିନ୍ଦୁ ହାସରାଙ୍ଗା, କାମିଣ୍ଡୁ ମେଣ୍ଡିସ, ଦାସୁନ୍ ଶନାକା, ଚାମିଣ୍ଡୁ ୱିକ୍ରେମାସିଂହ, ବିନୁରା ଫର୍ନାଣ୍ଡୋ (ରମେଶ ମେଣ୍ଡିସ, ଷ୍ଟାଣ୍ଡବାଇ ଖେଳାଳି) ମଦୁଶଙ୍କା, ମାଥିଶା ପାଥିରାନା, ମହେଶ ଥିକ୍ଷଣା, ଡୁନିଥ୍ ବେଲାଲଗେ।