ରାଜ୍ୟରେ କୋଭିଡ-୧୯ ପାଇଁ ପ୍ରସ୍ତୁତ ହେଲା ୧୩୪୫ ଶଯ୍ୟା
Trending Photos
ଭୁବନେଶ୍ୱର: କୋରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିବାରେ ସାରା ଦେଶରେ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫ୍ରେନସିଂ ମାଧ୍ୟମରେ ନବୀନ ପଟ୍ଟନାୟକ ୫ଶହ ଶଯ୍ୟା ବିଶିଷ୍ଟ COVID19 ଡାକ୍ତରଖାନା ଉଦଘାଟନ କରିଛନ୍ତି । ଉଦଘାଟନବେଳେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ତୃତୀୟ COVID19 ଡାକ୍ତରଖାନା ସମ୍ ହସ୍ପିଟାଲରେ ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ କଟକରେ ୧୨୫ ଶଯ୍ୟା ବିଶିଷ୍ଟ ଅଶ୍ୱିନ ହସ୍ପିଟାଲ ଓ ୫୦୦ ଶହ ଶଯ୍ୟା ବିଶିଷ୍ଟ କିମ୍ସ(KIMS)ହସ୍ପିଟାଲ ଉଦଘାଟିତ କରାଯାଇଥିଲା । ବର୍ତ୍ତମାନ ଅଶ୍ୱିନ ହସ୍ପିଟାଲରେ ୧୯ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ଆଜି କିମ୍ସ ହସ୍ପିଟାଲରେ ୧୪ଜଣ ରୋଗୀ ଭର୍ତ୍ତି ହେବା ପରେ ଏହି ହସ୍ପିଟାଲ ମଧ୍ୟ କାର୍ଯ୍ୟରତ ହୋଇଛି ।
Delhi: Inauguration ceremony of a 500-bed exclusive #COVID19 hospital in Odisha's Bhubaneswar was done via video-conferencing today. Besides Chief Minister Naveen Patnaik, Union Minister Dharmendra Pradhan also joined in the video conferencing. pic.twitter.com/J1Zr2KoPyr
— ANI (@ANI) April 6, 2020
ତେବେ କେବଳ ଏତିକି ନୁହଁ ଭବିଷ୍ୟତରେ ଆଗକୁ କିଛି ଅସୁବିଧା ନ ହେବା ପାଇଁ ରାଉରକେଲାରେ ମଧ୍ୟ ୨ଶହ ଶଯ୍ୟା ବିଶିଷ୍ଟ ହାଇ ଟେକ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣକତ କରାଯାଇଛି । ଏତଦ୍ ବ୍ୟତୀତ ୭ହଜାର ପଞ୍ଚାୟତରେ ୪ଲକ୍ଷ ଆଇସୋଲେସନ ବେଡ୍ ପ୍ରସ୍ତୁତ କରିବା ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଦେଇଥିବା କହିଛନ୍ତି ।
ବର୍ତ୍ତମାନ ରାଜ୍ୟରେ ୧୩୪୫ ଶଯ୍ୟା କୋଭିଡ ୧୯ ପାଇଁ ପ୍ରସ୍ତୁତ ଅଛି । ଅପରପକ୍ଷେ ରାଜ୍ୟରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯେ ଭୟଭୀତ ନ ହୋଇ ସରକାରଙ୍କ ନିୟମକୁ ପାଳନ କରି ସରକାରଙ୍କୁ ସାହାର୍ଯ୍ୟ କରିବା ପାଇଁ ।