ମାରାତ୍ମକ ଥାଇରଏଡ୍‌ କର୍କଟ: ଜାଣନ୍ତୁ ରୋଗର ଲକ୍ଷଣ
Advertisement

ମାରାତ୍ମକ ଥାଇରଏଡ୍‌ କର୍କଟ: ଜାଣନ୍ତୁ ରୋଗର ଲକ୍ଷଣ

୪୦ ବର୍ଷରୁ ଅଧିକ  ବୟସ୍କ ବ୍ୟକ୍ତିବିଶେଷଙ୍କଠାରେ ଏବଂ ପ୍ରାୟ ରାଡିଏସନ୍‌ ଏକ୍ସପୋଜର ଯୋଗୁଁ ଏହି ଥାଇରଏଡ୍‌ କର୍କଟ ଦେଖାଦେଇଥାଏ । 

ମାରାତ୍ମକ ଥାଇରଏଡ୍‌ କର୍କଟ: ଜାଣନ୍ତୁ ରୋଗର ଲକ୍ଷଣ

ଭୁବନେଶ୍ୱର: ଥାଇରଏଡ୍‌ କର୍କଟ ଏକ ମାରାତ୍ମକ ରୋଗ । ଗତ କିଛି ବର୍ଷ ହେବ ଥାଇରଏଡ୍‌ କର୍କଟ  ଆକ୍ରାନ୍ତ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ବୟସର ବ୍ୟକ୍ତିଙ୍କଠାରେ ଏହା ଦେଖିବାକୁ ମିଳୁଛି । ୪୦ ବର୍ଷରୁ ଅଧିକ  ବୟସ୍କ ବ୍ୟକ୍ତିବିଶେଷଙ୍କଠାରେ ଏବଂ ପ୍ରାୟର ରାଡିଏସନ୍‌ ଏକ୍ସପୋଜର ଯୋଗୁଁ ଏହି ଥାଇରଏଡ୍‌ କର୍କଟ ଦେଖାଦେଇଥାଏ । ଏହା ହେଲେ ଥାଇରଏଡ୍‌ ମଧ୍ୟରେ ଥିବା ସାଧାରଣ କୋଷ (ନର୍ମାଲ୍‌ ସେଲ୍‌ସ)ଗୁଡ଼ିକ ବିଭାଜିତ ହେବାକୁ ଆରମ୍ଭ କରେ ଓ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ସେତେବେଳେ ଏହା ଟ୍ୟୁମରର ରୂପ ନେଇ କର୍କଟର କାରଣ ହୋଇଥାଏ ।

fallback

ରୋଗର ଲକ୍ଷଣ 

ଥାଇରଏଡ୍‌ କର୍କଟ ମୁଖ୍ୟତଃ ୪ ପ୍ରକାରର, ପପିଲାରି, ଫଲିକୁଲାର, ମେଡୁଲାରି ଓ ଆନାପ୍ଲାଷ୍ଟିକ୍‌। ପପିଲାରିର  ଚିକିତ୍ସା  ସମ୍ଭବ।  ଫଲିକୁଲାର ଥାଇରଏଡ୍‌ କର୍କଟ ବୟସ୍କଙ୍କ କ୍ଷେତ୍ରରେ ହୋଇଥାଏ । ଶୀଘ୍ର ଚିହ୍ନଟ କରାଯାଇପାରିଲେ ଥାଇରଏଡ୍‌ କର୍କଟ ଚିକିତ୍ସା ସମ୍ଭବ । ଏହି ରୋଗକୁ  ୬ଟି ଉପାୟରେ ଚିକିତ୍ସା କରାଯାଏ । ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗର ଲକ୍ଷଣ ଜଣାପଡେନାହିଁ । କଣ୍ଠନଳୀରେ ସମସ୍ୟା ଅନୁଭବ କରିବା,ଶ୍ୱାସ ପ୍ରଶ୍ୱାସ ରେ ସମସ୍ୟା ହେଲେ କଥା କହିବାରେ କଷ୍ଟ ହେବା, ବେକରେ ଫୁଲା ଦୃଶ୍ୟମାନ ହେବା ଏହି ରୋଗର ଲକ୍ଷଣ ।