ବଜାରରେ ଚହଳ ପକାଇଛି ବିଲାତି
Advertisement

ବଜାରରେ ଚହଳ ପକାଇଛି ବିଲାତି

ଦରଦାମ ଦାଉରୁ ଖାଉଟିଙ୍କୁ ଆଉ ତ୍ରାହି ନାହିଁ। ପେଟ୍ରୋଲ ଭଳି ରେଟ୍ ରେସରେ ସାମିଲ ହୋଇଛି ବିଲାତି ବା ଟମାଟୋ। ପ୍ରତିବର୍ଷ ଶୀତ ଦିନେ ଟମାଟେ ଦର ହ୍ରାସ ପାଉଥିବା ବେଳେ ରାଜ୍ୟରେ ଏଥର ପରିସ୍ଥିତି ଓଲଟା। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ବର୍ଷା ବିତ୍ପାତ ସହ ବନ୍ୟା ହେତୁ ବାହାର ରାଜ୍ୟରେ ଟମାଟେ କେଲୋଗ୍ରାମ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ବଜାରରେ ଅଦିନିଆ ବର୍ଷା ଓ ବନ୍ୟାର ସାଇଡ ଇଫେକ୍ଟ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ସାରା ପନିପରିବା ଦର ଆକାଶ ଛୁଆଁ ହୋଇଥିଲା। ଆଶା ଥିଲା କାର୍ତ୍ତିକ ପରେ ଦରଦାମ ହ୍ରାସ ପାଇବ। ଏବେ ସମସ୍ତ ପନିପରିବା ଧୀରେ ଧୀରେ ଖସୁଥିବା ବେଳେ ଶହେ ମୁହାଁ ହେଉଛି ଟମାଟୋ ଦର। ରାଜ୍ୟ ବାହାରେ ଟମାଟୋ ଶତକ ଛୁଇଁଥିବା ବେଳେ ରାଜ୍ୟରେ ଅଦିନିଆ ବର୍ଷା ସହ ପାଣିପାଗ ଜନିତ ପରିବର୍ତ୍ତନ ହେତୁ ଅମଳ ହ୍ରାସ ଟମାଟୋ ଦରକୁ ଗରମ କରିଦେଇଛି। ଦରଦାମ ଛାଟରୁ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ବ୍ୟବସାୟୀଙ୍କ ଆକଳନ ଦର ଖସିବାକୁ ଆହରୁ ସମୟ ଲାଗିବ। 

ଦରଦାମ ଦାଉରୁ ଖାଉଟିଙ୍କୁ ଆଉ ତ୍ରାହି ନାହିଁ। ପେଟ୍ରୋଲ ଭଳି ରେଟ୍ ରେସରେ ସାମିଲ ହୋଇଛି ବିଲାତି ବା ଟମାଟୋ। ପ୍ରତିବର୍ଷ ଶୀତ ଦିନେ ଟମାଟେ ଦର ହ୍ରାସ ପାଉଥିବା ବେଳେ ରାଜ୍ୟରେ ଏଥର ପରିସ୍ଥିତି ଓଲଟା। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ବର୍ଷା ବିତ୍ପାତ ସହ ବନ୍ୟା ହେତୁ ବାହାର ରାଜ୍ୟରେ ଟମାଟେ କେଲୋଗ୍ରାମ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଆଉ ରାଜ୍ୟ ରାଜଧାନୀ ଭୁବନେଶ୍ବର ୟୁନିଟ ୧ ହାଟରେ ଏହାର ହୋଲସେଲ୍ ଦର କେଜି ପିଛା ୬୦ରୁ ୭୦ ଥିବା ବେଳେ ଖୁଚୁରା ଦର ୮୦ ରୁ ୯୦ ଟଙ୍କାରେ ବିକ୍ରି ହେଉଛି।

Also Read: କ୍ରାଇମ୍ କ୍ୟାପିଟାଲ୍ ଭୁବନେଶ୍ୱର! ବିକାଶରେ ପଛଆଡୁ ୧୩, ଅପରାଧରେ ଉପରୁ ୭

ସେହିପରି କଟକ ଛତ୍ର ବଜାରରେ ମଧ୍ୟ ଟମାଟୋର ଖୁଚୁରା ଦର ୬୦ରୁ ୭୦ ଟଙ୍କା ରହିଛି। କାର୍ତ୍ତିକ ମାସ ସାରା ଉଚ୍ଚା ଦରରେ ପନିପରିବା କିଣିଥିବା ବେଳେ ଏହା ପରେ ଖାଉଟିଙ୍କ ଦର ଖସିବା ଆଶା ମଉଳିଯାଇଛି। ବ୍ୟବସାୟୀଙ୍କ ଅବସ୍ଥା ମଧ୍ୟ ସମାନ ରହିଛି। ପେଟ୍ରୋଲ ଡିଜେଲ ପରେ ଏବେ ବଜାରରେ ଖାଉଟିଙ୍କ ଉପରେ ବିଲାତି ଦାଉ ସାଧୁଥିବାରୁ ନିଜ ପକେଟକୁ ଜଗି ବ୍ୟବହାର କମାଇଦେଇଛନ୍ତି।

ତେବେ ଆମ ରାଜ୍ୟ ବିଶେଷ ଭାବରେ ବାହାର ରାଜ୍ୟ ତାମିଲନାଡୁ ଓ ନାସିକ ପ୍ରଭୃତି ଅଂଚଳରୁ ଅଧିକ ପରିମାଣର ବିଲାତି ଆମଦାନୀ ହୋଇଥାଏ। କିନ୍ତୁ ଚଳିତବର୍ଷ ଅଦିନିଆ ବର୍ଷା ଯୋଗୁଁ ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଥିବାରୁ ତାହାର ପ୍ରଭାବରେ ଦର ଆକାଶ ଛୁଆଁ ହୋଇଛି। ଆଉ ପାଖାପାଖି ଗୋଟିଏ ମାସରେ ଏହି ଦର ନିୟନ୍ତ୍ରଣକୁ ଆସିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ଓ ୟୁନିଟ ୧ ପରିବା ଗୋଦାମ ସଦସ୍ୟ ସନ୍ତୋଷ ସାହୁ କହିଛନ୍ତି।

Also Read: ସୋନପୁରରେ ଭୁବନେଶ୍ୱର-ରାଇଘର ବସ ଦୁର୍ଘଟଣାଗ୍ରସ୍ତ, ୧୪ ଯାତ୍ରୀ ଆହତ

ଅନ୍ୟ ପନିପରିବା ଦର ଧୀରେ ଧୀରେ ଖସୁଥିବା ବେଳେ ଏବେ ବି କିଛି କଞ୍ଚା ପରିବା ଦର ୫୦ ଉପରେ ରହିଛି। ତେଲ ଦର ହ୍ରାସ ଓ କାର୍ତ୍ତିକ ମାସ ପରେ ଶୀତ ଦିନିଆ ପରିବା ଦର ଖସିବା ଆକଳନ ଏଯାଏଁ ପ୍ରତିଫଳନ ହୋଇନାହିଁ। କେବେ ଖାଉଟିଙ୍କ ପକେଟ ସୁହାଉଛି ପରିବା ଦର ଏବେ ତାହାକୁ ହିଁ ଅପେକ୍ଷା ରହିଛି।