ରାଜ୍ୟରେ ପୂରଣ ହେବ ଖାଲି ପଡିଥିବା ହିନ୍ଦୀ ସଂସ୍କୃତ ତେଲୁଗୁ ଟିଜିଟି ପିଇଟି ଶିକ୍ଷକ ପଦବୀ
Advertisement
Article Detail0/zeeodisha/odisha961923

ରାଜ୍ୟରେ ପୂରଣ ହେବ ଖାଲି ପଡିଥିବା ହିନ୍ଦୀ ସଂସ୍କୃତ ତେଲୁଗୁ ଟିଜିଟି ପିଇଟି ଶିକ୍ଷକ ପଦବୀ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧ ହଜାର ୪୫୦ ଟି ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି।

ରାଜ୍ୟରେ ପୂରଣ ହେବ ଖାଲି ପଡିଥିବା ହିନ୍ଦୀ ସଂସ୍କୃତ ତେଲୁଗୁ ଟିଜିଟି ପିଇଟି ଶିକ୍ଷକ ପଦବୀ

ଭୁବନେଶ୍ୱର:ପୂରଣ ହେବ ଶିକ୍ଷକ ଅଭାବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧ ହଜାର ୪୫୦ ଟି ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି। ଏନେଇ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଶିକ୍ଷକ ପଦବୀ ମଧ୍ୟରୁ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଏବଂ ୧୨୬୦ ପିଇଟି ପଦବୀ ପୂରଣ ହେବ।

ଯେଉଁଥିପାଇଁ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ ଟିଜିଟି ଏବଂ ତେଲୁଗୁ ଶିକ୍ଷକ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ ଗୋଟି ନୂତନ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ୍ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବା ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।