ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha760320

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟକୁ ଲଘୁଚାପ ଭୟ । ଗୋଟିଏ ପରେ ଗୋଟିଏ ଲଘୁଚାପର ପ୍ରକୋପ ଏବେ ଓଡିଶା ମୁହାଁ । ଗତ ୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ଏବେବି ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜ୍ୟକୁ ଲଘୁଚାପ ଭୟ । ଗୋଟିଏ ପରେ ଗୋଟିଏ ଲଘୁଚାପର ପ୍ରକୋପ ଏବେ ଓଡିଶା ମୁହାଁ । ଗତ ୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ଏବେବି ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ସେପଟେ ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଦୁଇ ତିନି ଦିନ ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୧ ତାରିଖରୁ୧୩ ତାରିଖ ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଅକ୍ଟୋବର ମାସରେ ବାତ୍ୟାର ଆଶଙ୍କା ଥିବା ବେଳେ ପ୍ରାକ୍ ଆକଳନ ମୁତାବକ ଓଡିଶାକୁ ଭୟ ନଥିଲେ ବି ଏହାକୁ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ରାଜ୍ୟରେ ଏବେବି ଜାରି ରହିଛି ଲଘୁଚାପ ବର୍ଷା । ଆହୁରି ୪୮ ଘଣ୍ଟା ବର୍ଷିବ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଚା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୧୨ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର । ଏହାପରେ ୭ ତାରିଖରୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି । 

ଅପରପଟେ ଆସନ୍ତା ୯ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨-୩ ଦିନ ମଧ୍ୟରେ ଏହା ଅବପାତରେ ପରିଣତ ହେବା ସହ ପ୍ରଭାବରେ ୧୧ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର ଆକଳନ କରିଛି ।

ସେପଟେ ଅକ୍ଟୋବର ମାସରେ ରାଜ୍ୟରେ ପ୍ରତି ବର୍ଷ ସାମୁଦ୍ରିକ ଝଡର ସମ୍ଭାବନା ଥିବା ବେଳେ ଏହି ଲଘୁଚାପ ଜନିତ ଅବପାତକୁ ନେଇ ପ୍ରାକ୍ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତାଙ୍କ କହିବା କଥା ପ୍ରାଥମିକ ଆକଳନ ମୁତାବକ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ବାତ୍ୟା ଆଶଙ୍କା ନାହିଁ ତଥାପି ଏଡାଇ ଦିଆଯାଇନପାରେ । ଆସନ୍ତା ୮ ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପରେ ୯ ତାରିଖରେ  ଲଘୁଚାପର ରୂପ ନେବ । 

ଏହାପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ୭ ତାରିଖ ପରେ ସ୍ପଷ୍ଟ ହେବ। ସେତେବେଳର ସମୁଦ୍ର ଭିତରେ ବାୟୁର ଚାପ, ତାପମାତ୍ରା ଓ ଉପର ବାୟୁମଣ୍ଡଳର ଦିଗ ଉପରେ ବାତ୍ୟା ସୃଷ୍ଟି ହେବା ନିର୍ଭର କରୁଛି ବୋଲି ସେ କହିଛନ୍ତି।