ରାଜ୍ୟରେ ଚାରି ଦିନ ଅଦିନିଆ ବର୍ଷା; ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବା ସମ୍ଭାବନା
Advertisement

ରାଜ୍ୟରେ ଚାରି ଦିନ ଅଦିନିଆ ବର୍ଷା; ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବା ସମ୍ଭାବନା

ବାତ୍ୟାର ଆଂଶିକ ପରୋକ୍ଷ ପ୍ରଭାବରେ ବିଶେଷ କରି ଉତ୍ତର ଉପକୂଳ ସମେତ ସୁନ୍ଦରଗଡ, କେଉଁଝର, ମୟୂରଭଂଜ, କୋରାପୁଟ, ଏବଂ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆସିଲା ଅଦିନିଆ ବର୍ଷା। ବୁଧବାର ଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଘନୀଭୂତ ବାତ୍ୟାର ଆଂଶିକ ପରୋକ୍ଷ ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ବାତ୍ୟାର ଆଂଶିକ ପରୋକ୍ଷ ପ୍ରଭାବରେ ବିଶେଷ କରି ଉତ୍ତର ଉପକୂଳ ସମେତ ସୁନ୍ଦରଗଡ, କେଉଁଝର, ମୟୂରଭଂଜ, କୋରାପୁଟ, ଏବଂ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ କୌଣସି ଭାରି ବର୍ଷାର ସତର୍କ ସୂଚନା ଜାରି କରାଯାଇନାହିଁ। ଏହାସହ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ସ୍ବାଭାବିକ ଠାରୁ ୨ରୁ ୩ ଡୀଗ୍ରୀ ଉଚ୍ଚା ରହିବା ନେଇ କେନ୍ଦ୍ର ପୂର୍ବାନୁମାନ କରିଛି।

ବୁଧବାର
----------  
କୋରାପୁଟ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର।

Also Read: ଆହୁରି ୨୪ ଘଣ୍ଟା ଅଣାୟତ୍ତ ରହିବ ପ୍ରଚଣ୍ଡ ଖରା, ଆସୁଛି ଅଦିନିଆ ବର୍ଷା

ଗୁରୁବାର
----------  
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୋଳ, ନୟାଗଡ, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା।

ଶୁକ୍ରବାର
---------- 
ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ।

ଶନିବାର
---------- 
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ମାଲକାନଗିରି, କୋରାପୁଟ।