ଆହୁରି ୨୪ ଘଣ୍ଟା ଅଣାୟତ୍ତ ରହିବ ପ୍ରଚଣ୍ଡ ଖରା, ଆସୁଛି ଅଦିନିଆ ବର୍ଷା
Advertisement

ଆହୁରି ୨୪ ଘଣ୍ଟା ଅଣାୟତ୍ତ ରହିବ ପ୍ରଚଣ୍ଡ ଖରା, ଆସୁଛି ଅଦିନିଆ ବର୍ଷା

Odisha Weather Update: ୨୦ ମାର୍ଚ୍ଚରେ ଅବପାତ ଓ ୨୧ ବେଳକୁ ବାତ୍ୟା ର ରୂପ ନେବ । ୨୩ ମାର୍ଚ୍ଚରେ ବାଙ୍ଗଳାଦେଶ ଓ ପାଶ୍ୱବର୍ତୀ ଉତ୍ତର ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଓଡିଶାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । 

ଆହୁରି ୨୪ ଘଣ୍ଟା ଅଣାୟତ୍ତ ରହିବ ପ୍ରଚଣ୍ଡ ଖରା, ଆସୁଛି ଅଦିନିଆ ବର୍ଷା

ଭୁବନେଶ୍ୱର: Odisha Weather Update:ଆହୁରି ୨୪ ଘଣ୍ଟା ଅଣାୟତ୍ତ ରହିବ ପ୍ରଚଣ୍ଡ ଖରା, ଆସୁଛି ଅଦିନିଆ ବର୍ଷା । ଆସନ୍ତାକାଲି ୫ ଜିଲାକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନୁଗୁଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।

ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଆସୁଥିବା ଶୁଷ୍କ ଓ ଉତ୍ତପ୍ତ ବାୟୁ କ୍ରମେ ଦୁର୍ବଳ ହେବ । ଏହାସହ ୧୮ ତାରିଖ ପରେ ସମୁଦ୍ର ଆଡୁ ଶୀତଳ ପବନ ରାଜ୍ୟକୁ ପ୍ରବେଶ କରିବ । ଫଳରେ ଦିନର ତାପମାତ୍ରା ୨ ରୁ ୩  ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ସେପଟେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରି ଏକ ସଦୃଶ ଲଘୁଚାପରେ ପରିଣତ ହେବ ।

ଏହା ବି ପଢ଼ନ୍ତୁ:-କ’ଣ ପାଇଁ ପାଳନ କରାଯାଏ ହୋଲି ? ଜାଣନ୍ତୁ ଏହାର ଇତିହାସ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା କଲେ ବଡ଼ ଦାବି, କହିଲେ-ଖେଳ ଏଯାଏଁ ଶେଷ ହୋଇନି 

ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି ବଡ଼ ଚେତାବନୀ ଜାରି କଲା WHO

 

୨୦ ମାର୍ଚ୍ଚରେ ଅବପାତ ଓ ୨୧ ବେଳକୁ ବାତ୍ୟା ର ରୂପ ନେବ । ୨୩ ମାର୍ଚ୍ଚରେ ବାଙ୍ଗଳାଦେଶ ଓ ପାଶ୍ୱବର୍ତୀ ଉତ୍ତର ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଓଡିଶାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।