ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ରୁ ୧୦ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ (Lockdown) ସ୍ଥିତି ରହିଛି ତେଣୁ ଓଡ଼ିଶା ସମାନ୍ତରାଳ ସ୍ଥିତିରେ ରହିଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ କୋରୋନା ସ୍ଥିତି ସଙ୍ଗୀନ। ସପ୍ତାହେରୁ ଅଧିକ ସମୟ ହେଲା ଲଗାତାର ଦୈନିକ ୧୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହେଉଛି। ମୃତ୍ୟୁ ସଂଖ୍ୟା ବି ୨୦ ଉପରେ ରହୁଛି। ଏହାକୁ ଆକଳନ କରି ଆଗାମୀ ଦିନରେ ଓଡିଶାର କୋରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ ଆସନ୍ତା ସପ୍ତାହେ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପିକ୍ ସ୍ଥିତି ଆଡ଼କୁ ମୁହାଁଉଛି ଓଡ଼ିଶା। ଆଗାମୀ ୭ରୁ ୧୦ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡ଼ାଉନ (Lockdown) ସ୍ଥିତି ରହିଛି ତେଣୁ ଓଡ଼ିଶା ସମାନ୍ତରାଳ ସ୍ଥିତିରେ ରହିଛି। ଆଗାମୀ ୭ରୁ ୧୦ ଦିନ ପରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ଵୟରେ ହ୍ରାସ ପାଇବ। ବର୍ତ୍ତମାନ ସବୁଠୁ ବଡ଼ କଥା ଆମର ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି। ଆମ ପାଇଁ ସେଇଟା ବଡ଼ ଉପଲବ୍ଧି।
Also Read: ରାଜ୍ୟର କୋରୋନା ଗ୍ରାଫ୍; ଖସୁନି ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା
ସେ ପୁଣି କହିଛନ୍ତି, "ପ୍ରଥମ ଲକଡ଼ାଉନ ପାଇଁ ରାଜ୍ୟରେ ସଂକ୍ରମଣ ଫ୍ଲାଟ ସ୍ଥିତିରେ ଅଛି, ନଚେତ ଏହା ୨୦ରୁ ୨୫ ହଜାରରେ ରହିଥାନ୍ତା। ଭୁବନେଶ୍ୱର (Bhubaneswar) ରେ ପିଜିଟିଭ ହାର ପାଖାପାଖି ୩୫ ପ୍ରତିଶତ ରହୁଛି। ବର୍ତ୍ତମାନ ସ୍ଥିତିରେ ଆମକୁ ଆଇସିୟୁ ବେଡ଼ ବଢାଇବାର ଆବଶ୍ୟକତା ରହିଛି। ଅତିକମରେ ଏଇ ୧୫ ଦିନ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ପଡ଼ିବ। ଜୁନ ମାସ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ ହାର କମି ଯାଇଥିବ। ତେଣୁ ସେତେବେଳକୁ ଆଉ ବିଶେଷ ବ୍ୟବସ୍ଥା ଆବଶ୍ୟକ ପଡିବନାହିଁ।"
"ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ। ମାସ୍କ୍ (Mask) ବାଣ୍ଟିବା ଦ୍ୱାରା ଲୋକେ ସଚେତନ ହେବେ, ସଂକ୍ରମଣ (Coronavirus) ଠୁ ଦୁରେଇ ରହିବେ। ମାତ୍ର ଏହି ନିଷ୍ପତ୍ତି ୧୫ ଦିନ ପୂର୍ବରୁ ରାଜ୍ୟ ସରକାର ନେବାର ଥିଲା। ଯଦି ୧୫ ଦିନ ପୂର୍ବରୁ ଏହି ପଦକ୍ଷେପ ନେଇ ଥାନ୍ତେ ତେବେ ଓଡ଼ିଶାରେ ଏପରି ସ୍ଥିତି ଉପୁଜି ନଥାନ୍ତା" ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି।