ପୁଣି ୨୪ ଘଣ୍ଟାରେ ୧୧ ହଜାର ୯୯ କୋରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୧୪ ଓ ସ୍ଥାନୀୟ ଅଞ୍ଚଳରୁ ୪୮୮୫ ପଜିଟିଭ୍ ବାହାରିଛନ୍ତି। ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସୁନାହିଁ ଦୈନିକ କୋରୋନା ସଂକ୍ରମଣ। ଗତ କିଛି ଦିନ ହେବ ନୂଆ ପଜିଟିଭ୍ ସଂଖ୍ୟା ୧୦ରୁ ୧୨ ହଜାର ଭିତରେ ରହୁଛି। ମୃତ୍ୟୁ ମାମଲା ମଧ୍ୟ ୧୭ରୁ ୨୩ ଭିତରେ ଅଛି। ଗତ ୨୪ ଘଣ୍ଟାରେ ପୁଣି ରାଜ୍ୟରେ ୧୧ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣଙ୍କର ମୃତ୍ୟୁ ହୋଇଛି।
ପୁଣି ୨୪ ଘଣ୍ଟାରେ ୧୧ ହଜାର ୯୯ କୋରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୧୪ ଓ ସ୍ଥାନୀୟ ଅଞ୍ଚଳରୁ ୪୮୮୫ ପଜିଟିଭ୍ ବାହାରିଛନ୍ତି। ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦, ସୁନ୍ଦରଗଡ଼ରୁ ସର୍ବାଧିକ ୯୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୧,୦୫,୩୭୫ ଆକ୍ଟିଭ୍ କେସ୍ ରହିଥିବା ବେଳେ ୫,୩୬,୫୯୫ ଜଣ ସୁସ୍ଥ ହେଲେଣି।
Also Read: ଦେଶରେ କୋରୋନାର ଭାଙ୍ଗିଲା ପୁରୁଣା ରେକର୍ଡ; ପୁଣି ଦିନକରେ ସର୍ବାଧିକ ମୃତ୍ୟୁ
ସେପଟେ ରାଜ୍ୟରେ ଦିନକରେ ଆଉ ୨୧ ଜୀବନ ନେଲା କୋରୋନା। କଳାହାଣ୍ଡି (Kalahandi) ରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କୋରାପୁଟ ଏବଂ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଜୀବନ ହରାଇଛନ୍ତି। ନୂତନ ମୃତକଙ୍କ ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨,୩୭୮କୁ ପହଞ୍ଚିଛି। ଆଗାମୀ ସପ୍ତାହରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି ହେବ। ଅକ୍ସିଜେନ୍ ସୁପରିଚାଳନା ପାଇଁ ରାଜ୍ୟ ସରକାର (Odisha Govt) ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି।
ଅପରପକ୍ଷରେ ବିଜେପି ନେତା ଗୋଲକ ମହାପାତ୍ର (Golak Mohapatra) କହିଛନ୍ତି ଯେ, ଓଡ଼ିଶାରେ ଦୈନିକ ଟେଷ୍ଟିଂ ହାରାହାରି ୫୨ ହଜାର ରହୁଛି। ରାଜ୍ୟ ସରକାର ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍ମେଣ୍ଟକୁ ବଢ଼ାନ୍ତୁ। ରାଜ୍ୟରେ ୬୫.୬୮ ଲକ୍ଷ ଟିକାକରଣ ହୋଇଛି, ସେଥିରୁ ୬୪ ଲକ୍ଷ ମାଗଣା ଟିକା ଦିଆଯାଇଛି । ଯେଉଁମାନେ ଟିକା ନେଇଛନ୍ତି ସେମାନେ କୋଓ୍ୱିନ ସାର୍ଟିଫିକେଟ ରଖନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପଟୋ ଥିବା ଟିକା ସାର୍ଟିଫିକେଟରୁ ଉପକାର ମିଳିବ ନାହିଁ।